ବସରେ ସ୍ତ୍ରୀ ବସିଥିବା ବେଳେ ଖସି ପଡ଼ିଲେ ସ୍ବାମୀ; ଉଡ଼ିଗଲା ପ୍ରାଣବାୟୁ

Advertisment

ବସର ଦ୍ବାର ପାର୍ଶ୍ବ ଦେଇ ରାମ ଜିୟାବନ ଛେପ ପକାଉଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଲେ। ଘଟଣାସ୍ଥଳରେ ହିଁ ଯାତ୍ରୀଙ୍କ ଉଡ଼ିଗଲା ପ୍ରାଣବାୟୁ। ସାଙ୍ଗରେ ଥିଲେ ସ୍ତ୍ରୀ ସାବିତ୍ରୀ।

Updated On

ବସର ଦ୍ବାର ପାର୍ଶ୍ବ ଦେଇ ରାମ ଜିୟାବନ ଛେପ ପକାଉଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଲେ। ଘଟଣାସ୍ଥଳରେ ହିଁ ଯାତ୍ରୀଙ୍କ ଉଡ଼ିଗଲା ପ୍ରାଣବାୟୁ। ସାଙ୍ଗରେ ଥିଲେ ସ୍ତ୍ରୀ ସାବିତ୍ରୀ।

ଅଦ୍ୟତନ ହୋଇଛି
q4q425

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଆଜମଗଡ଼ରୁ ଲକ୍ଷ୍ନୌ ଯାଉଥିବା ଏକ ବସରୁ ଜଣେ ଯାତ୍ରୀ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତକ ଜଣକ ଲକ୍ଷ୍ନୌର ଚିନହଟ ଅଞ୍ଚଳର ବାସିନ୍ଦା ରାମ ଜିୟାବନ୍ ବୋଲି ଜଣାପଡିଛି।

ପୁଲିସ ଅଧିକାରୀ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି,‘ବସ୍ ବଲଦିରାଇ ଥାନା ଅନ୍ତର୍ଗତ ବିହି ଗ୍ରାମ ନିକଟରେ ପହଞ୍ଚିଥିବା ବେଳେ ଚଳନ୍ତା ବସର ଦ୍ବାର ପାର୍ଶ୍ବ ଦେଇ ରାମ ଜିୟାବନ୍ ଯାତ୍ରୀ ଛେପ ପକାଉଥିଲେ। ଏହି ସମୟରେ ଯାତ୍ରୀ ଜଣକ ଭାରସାମ୍ୟ ହରାଇ ବସରୁ ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। 

ଦୁର୍ଘଟଣା ପରେ ବସ୍‌କୁ ତୁରନ୍ତ ଅଟକାଇ ଉତ୍ତରପ୍ରଦେଶ ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅଥରିଟି (ୟୁପିଇଆଇଡିଏ) ଅଧିକାରୀ ଓ ପୁଲିସକୁ ସୂଚନା ଦିଆଯାଇଥିଲା।

ବସରୁ ଖସି ପଡ଼ିଥିବା ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାମ ଜିୟାବନଙ୍କ ପତ୍ନୀ ସାବିତ୍ରୀ ମଧ୍ୟ ତାଙ୍କ ସହ ବସରେ ବସି ଯାତ୍ରା କରୁଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe