ଧାରଣାରେ ଥିବା ରେଳ ଇଞ୍ଜିନକୁ ବାଇକରେ ଟାଣିବା ମହଙ୍ଗା ପଡ଼ିଲା

Advertisment

ରେଲୱେ ଟ୍ରାକରେ ପାର୍କିଂ ହୋଇଥିବା ରେଳ ଇଞ୍ଜିନକୁ ଏକ କେବୁଲ ତାର ମାଧ୍ୟମରେ ସ୍ପ୍ଲେଣ୍ଡର ବାଇକ୍ ସାହାଯ୍ୟରେ ଟାଣିବା ଯୁବକଙ୍କୁ ମହଙ୍ଗା ପଡ଼ିଲା। ଆରପିଏଫ ପୁଲିସ ମାମଲା ରୁଜୁ କରି କଲା ଗିରଫ।

ରେଲୱେ ଟ୍ରାକରେ ପାର୍କିଂ ହୋଇଥିବା ରେଳ ଇଞ୍ଜିନକୁ ଏକ କେବୁଲ ତାର ମାଧ୍ୟମରେ ସ୍ପ୍ଲେଣ୍ଡର ବାଇକ୍ ସାହାଯ୍ୟରେ ଟାଣିବା ଯୁବକଙ୍କୁ ମହଙ୍ଗା ପଡ଼ିଲା। ଆରପିଏଫ ପୁଲିସ ମାମଲା ରୁଜୁ କରି କଲା ଗିରଫ।

eZ4Z

ନୂଆଦିଲ୍ଲୀ: ଅଧିକାଂଶଲୋକ ଏବେ ରିଲ୍ସ ମାୟାରେ ବାୟା। ରିଲ୍ସ କରିବାକୁ ଯାଇ ଲୋକମାନେ ଟ୍ରେନ୍ ସେବାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯାହାକୁ ଆଧାର କରି ରେଳବାଇ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରିଛି।

ସମ୍ପ୍ରତି ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯୁବକ ରେଲୱେ ଟ୍ରାକରେ ପାର୍କିଂ ହୋଇଥିବା ରେଳ ଇଞ୍ଜିନକୁ ଏକ କେବୁଲ ତାର ମାଧ୍ୟମରେ ସ୍ପ୍ଲେଣ୍ଡର ବାଇକ୍ ସାହାଯ୍ୟରେ ଟାଣି ନେଉଥିବା ଦେଖିବାକୁ ମିଳୁଛି। ଏହି ଘଟଣାଟି ଉତ୍ତରପ୍ରଦେଶର ମୁଜଫରନଗରର ବୋଲି କୁହାଯାଉଛି।  ଏହି ଭିଡିଓ ସାମ୍ନାକୁ ଆସିବା ପରେ ରେଳବାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାଇକ ନମ୍ବର ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିଲା।ମୁଜଫରନଗରର ଆରପିଏଫ ପୁଲିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ଜେଲକୁ ପଠାଇ ଦେଇଛି।

ଆରପିଏଫ କହିଛି ଅଭିଯୁକ୍ତ ଦେବବନ୍ଦର ମାଝୋଲା ନିବାସୀ। ଯାହାଙ୍କ ଇନଷ୍ଟାଗ୍ରାମରେ ବତପିନ୍ କୁମାର ଓରଫ ପଙ୍କଜ ନାମରେ ଆଇଡ଼ିଥିବା ଜଣାପଡିଛି। ଅଭିଯୁକ୍ତ ଜଣକ ନିଜ ବାଇକ୍ ସାହାଯ୍ୟରେ ଦେବବନ୍ଦରୁ ରୁଡ଼କି ପର୍ଯ୍ୟନ୍ତ ତିଆରି ହୋଇଥିବା ରେଳ ଲାଇନରେ ଠିଆ ହୋଇଥିବା ଏକ ଇଞ୍ଜିନକୁ ବାଇକରେ ଟାଣିବାକୁ ଚେଷ୍ଟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe