ଏପ୍ରିଲ ମାସରେ ବିବାହ କରିଥିବା ମହିଳା କନେଷ୍ଟବଳ ଜୀବନ ହାରିଲେ; ଛାଡ଼ିଯାଇଛନ୍ତି ଏମିତି ସୁଇସାଇଡ୍ ନୋଟ୍

Advertisment
ଏପ୍ରିଲ ମାସରେ ବିବାହ କରିଥିବା ମହିଳା କନେଷ୍ଟବଳ ଜୀବନ ହାରିଲେ; ଛାଡ଼ିଯାଇଛନ୍ତି ଏମିତି ସୁଇସାଇଡ୍ ନୋଟ୍

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବିଧୁନା ଥାନାରେ ନିୟୋଜିତ ଥିବା ମହିଳା କନେଷ୍ଟବଳ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ସେ ରହୁଥିବା ଭଡ଼ା ଘରୁ ତାଙ୍କର ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପୁଲିସ ଘଟଣାସ୍ଥଳରୁ ମୃତ ମହିଳା କନେଷ୍ଟବଳଙ୍କ ଏକ ହାତ ଲେଖା ଚିଠି ବି ଜବତ କରି ଛାନ୍‌ଭିନ୍‌ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ମହିଳା କନେଷ୍ଟବଳ ସାଲୁ ଗିରି ଗତକାଲି ଡିୟୁଟି ସାରିବା ପରେ ନିଜ ଭଡ଼ା ଘରକୁ ଯାଇଥିଲେ। ଆଜି ସକାଳେ ଅନେକ ସମୟ ଧରି ସାଲୁ କବାଟ ନ ଖୋଲିବାରୁ ସ୍ଥାନୀୟଲୋକେ ସୂଚନା ପୁଲିସକୁ ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଲୁଙ୍କ କବାଟ ଭାଙ୍ଗି ଖୋଲିଥିଲା। ଘର ଭିତର ପଙ୍ଖାରେ ସାଲୁଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲା ପୁଲିସ।

Female Constable Deployed In Bidhuna Ps Of Auraiya District ... Amar Ujala

ମୃତ ସାଲୁ ଗିରିଙ୍କ ବିବାହ ଏପ୍ରିଲ ୨୬ରେ ହୋଇଥିଲା। ସାଲୁ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଚିଠି ଲେଖିଯାଇଥିଲେ। ଏହି ଚିଠିରେ ଲେଖା ଅଛି, ‘ ମୁଁ ମୋର ଜୀବନକୁ ନେଇ ବିତୃଷ୍ଣ ହେବାଯିବାରୁ ଆତ୍ମହତ୍ୟା କରୁଛି, ଦୟାକରି ମୋତେ କ୍ଷମା କରିଦେବ। ନିଜ ଇଚ୍ଛାରେ ମୁଁ ଆତ୍ମହତ୍ୟା କରୁଛି, ଏଥିପାଇଁ କାହାକୁ ଦାୟୀ ନ କରାଯାଉ।’

ବଡ଼ ଭଉଣୀ ସାଲୁଙ୍କ ମୃତ୍ୟୁ ଖବର ପାଇବା ପରେ ପୁଲିସକୁ ଫୋନ୍‌ରେ ଜଣାଇଥିଲେ କି, ‘ଗତକାଲି ରାତିରେ ସାଲୁ ବିଚଳିତ ହୋଇଗଲା ଭଳି କଥା ହେଉଥିଲା। ଆଉ ସେ ବଞ୍ଚିବାକୁ ଚାହୁଁ ନାହିଁ ବୋଲି କହିଥିଲା। ମୁଁ ବି ତାକୁ ବହୁତ ବୁଝାଇଥିଲି। କିନ୍ତୁ ସେ ମୋ କଥା ନଶୁଣି ଫୋନ୍‌ କାଟି ଦେଇଥିଲା। ଏହାପରେ ରାତିରେ ଅନେକ ଥର ଫୋନ୍‌ ଲଗାଇଥିଲେ ବି ସାଲୁ ଆଉ ଫୋନ୍‌ ଉଠାଇ ନ ଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe