ମହଙ୍ଗା ପଡ଼ିଲା ପରକୀୟାପ୍ରିତି; ଡିଏସ୍‌ପିରୁ ହେଲେ କନଷ୍ଟେବଳ

Advertisment
ମହଙ୍ଗା ପଡ଼ିଲା ପରକୀୟାପ୍ରିତି; ଡିଏସ୍‌ପିରୁ ହେଲେ କନଷ୍ଟେବଳ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ପୁଲିସ ଅଧିକାରୀଙ୍କୁ ପରକୀୟାପ୍ରିତି ମହଙ୍ଗା ପଡ଼ିଛି। ଅଧିକାରୀଙ୍କ ପରକୀୟାପ୍ରିତି ଧରାପଡ଼ିବା ପରେ ଡେପୁଟି ଏସ୍‌ପି ରାଙ୍କରୁ ସିଧାସଳଖ ସେ କନଷ୍ଟେବଳକୁ ଖସି ଆସିଛନ୍ତି। ଉକ୍ତ ପୁଲିସ ଅଧିକାରୀଙ୍କ ନାମ କ୍ରିପା ଶଙ୍କର କନୌଜିଆ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପାରିବାରିକ କାରଣ ଦର୍ଶାଇ ପୁଲିସ୍‌ ଅଧିକାରୀ କ୍ରିପା ଶଙ୍କର କନୌଜିଆ ଉନ୍ନାଓ ଏସ୍‌ପିଙ୍କ ଠାରୁ ଛୁଟି ମାଗିଥିଲେ। ତେବେ ଦିନ ଯାଇ ରାତି ହୋଇଥିବା ବେଳେ ଅଧିକାରୀ କ୍ରିପା ଘରେ ପହଞ୍ଚି ନଥିବାରୁ ସ୍ତ୍ରୀ ବ୍ୟସ୍ତ ହୋଇ ଫୋନ ଲଗାଇବାରୁ କୌଣସି ପ୍ରକାର ଯୋଗାଯୋଗ ହୋଇ ପାରି ନଥିଲା। ସ୍ତ୍ରୀ ସମ୍ପର୍କୀୟଙ୍କୁ ବି ଫୋନ କରିଥିଲେ କାଳେ ସ୍ବାମୀ ସେମାନଙ୍କ ଘରକୁ ଚାଲି ଯାଇଥିବେ। ଶେ‌ଷରେ ସେ ବାଧ୍ୟ ହୋଇ ଥାନାକୁ ଯାଇଥିଲେ।

ଥାନାକୁ ଯିବାକୁ ଯିବାପରେ ଉନ୍ନାଓ ଏସପିଙ୍କ ଠାରୁ ଯାହା ଶୁଣିଥିଲେ ସେ ଚିକିତ ହୋଇଯାଇଥିଲେ। ଏସପି କହିଥିଲେ,‘ କ୍ରିପା ଶଙ୍କର ଘରକୁ ଯିବା ପାଇଁ ଛୁଟି ନେଇଯାଇଛି।’

ଏହାପରେ ଏସପି କ୍ରିପାଙ୍କ ସ୍ତ୍ରୀଙ୍କ କଥାକୁ ବିଶ୍ବାସ କରି ତଦନ୍ତ ଆରମ୍ଭ କରିବା ସହିତ  ମୋବାଇଲ ନମ୍ବର ଟ୍ରେସ୍‌ କରିବାକୁ ଆଦେଶ ଦେଇଥିଲେ। ମୋବାଇଲ ନମ୍ବର ଟ୍ରେସ୍‌ ଜରିଆରେ କ୍ରିପା କାନପୁରର ଏକ ହୋଟେଲରେ ଥିବା ଜଣାପଡ଼ିଥିଲା।

ଏହାପରେ ପୁଲିସ ସେଠାରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହିଯାଞ୍ଚରେ ଅଧିକାରୀ ଜଣେ ମହିଳା କନଷ୍ଟେବଳଙ୍କ ସହ ନଜର ଆସିଥିବା ପୁଲିସ ଦେଖିବାକୁ ପାଇଥିଲା। ଏହାପରେ ଜଣେ ମହିଳା କର୍ମଚାରୀଙ୍କ ସହ ହୋଟେଲ ରୁମ୍‌ ଉପରେ ପୁଲିସ ଚଢ଼ାଉ କରି କ୍ରିପା ଶଙ୍କରଙ୍କୁ  କାବୁ କରିଥିଲା। ଏହି ଘଟଣା ପରେ ରାଜ୍ୟ ସରକାର ସମଗ୍ର ମାମଲାର ସମୀକ୍ଷା କରିଥିଲେ।

ଏହାପରେ କ୍ରିପା ଶଙ୍କର କାନୌଜିଆଙ୍କୁ ସର୍କଲ ଅଫିସରରୁ କନଷ୍ଟେବଳ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ  ଗୋରଖପୁରର ୨୬ ପିଏସି ବଟାଲିଅନରେ କ୍ରିପା ଶଙ୍କରଙ୍କର ନୂତନ ପୋଷ୍ଟିଂ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe