ମଦ ନିଶାରେ ଟଳମଳ ହେଉଥିବା ପୁଲିସକର୍ମୀ ଚଢ଼ାଇ ଦେଲେ ଗାଡ଼ି, ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ହେଲା

ମଦ ନିଶାରେ ଟଳମଳ ହେଉଥିବା ପୁଲିସକର୍ମୀ ଚଢ଼ାଇ ଦେଲେ ଗାଡ଼ି, ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ହେଲା

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପିଲିଭିଟରେ ପୁଲିସକର୍ମୀଙ୍କ ଅବହେଳାରେ ଏକ ଘଟଣା ସାମ୍ନାକୁ ଆସିଛି। ପୁଲିସ ଗାଡ଼ି ଚଢ଼ି ଯିବା ହେତୁ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ଆହତ ହୋଇଥିବା ସୂଚନା ମିଳିଛି।

ଏଭଳି ଏକ ଘଟଣା  ଚନ୍ଦୋଇ ଗ୍ରାମରେ ଘଟିଛି। ଏଠାରେ ମଦ ନିଶାରେ ଟଳମଳ ପୁଲିସକର୍ମୀ ୟୁପି-୧୦୦ ଗାଡ଼ି ନେଇ ଯାଉଥିଲେ। ଏହି ସମୟରେ ଗାଡ଼ିକୁ ଶିଶୁ ଉପରେ ଚଢ଼ାଇ ଦେଇଥିଲେ। ଏହି ଦୁର୍ଘଟଣାରେ ଶିଶୁର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଗାଡ଼ିରେ ବସିଥିବା ଦୁଇ ପୁଲିସକର୍ମୀ ଓ ଆସାମୀ ବି ଏହି ଦୁର୍ଘଟଣାରେ ଆହତ ହୋଇଥିବା ଖବର ମିଳିଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

publive-image

ଏହି ଦୁର୍ଘଟଣାର ସୂଚନା ମିଳିବା ପରେ ପୁଲିସ ବିଭାଗ ଉପରେ ଚଡକ ପଡ଼ିଯାଇଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତ ଶିଶୁଟି ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିଲା। ସେ ରାସ୍ତାପାର୍ଶ୍ୱରେ ଥିବା ଆମ୍ବଗଛରୁ ଆମ୍ବ ତୋଳୁଥିବା ସମୟରେ ୟୁପି-୧୦୦ ଗାଡ଼ି ଶିଶୁ ଉପରେ ଚଢ଼ି ଯାଇଥିଲା। ଏବଂ ଭାରସାମ୍ୟ ରକ୍ଷା କରି ନପାରି ୟୁପି-୧୦୦ ଗାଡ଼ି ରାସ୍ତାରେ ଓଲଟି ପଡ଼ିଥିଲା।

ଏହାପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା। ଏସ୍‌ପି ମନୋଜ କୁମାର ସୋନକରଙ୍କ କହିବାନୁସାରେ, ଏହି ଘଟଣାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବ ତା‘ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe