The Criminal Law Blog - WordPress.com
କାସଗଞ୍ଜ(ଉତ୍ତରପ୍ରଦେଶ): ଜାମିନରେ ବାହାରକୁ ଆସିବା ପରେ ଅଭିଯୁକ୍ତ ଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ମା‘ଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା କରିଥିବା ଜଣା ପଡ଼ିଛି। ଏଭଳି ବର୍ବର କାଣ୍ଡ କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସହ ପୁଲିସ ଏବେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି। ଘଟଣାଟି ଘଟିଛି ଉତ୍ତରପ୍ରଦେଶର କାସଗଞ୍ଜରେ।
The Jakarta Postପୁଲିସର କହିବା ମୁତାବକ, ପୀଡ଼ିତାଙ୍କ ପରିବାର ଏବଂ ଅଭିଯୁକ୍ତଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ଝଗଡ଼ା ଲାଗି ରହିଥିବାରୁ ପୀଡ଼ିତାଙ୍କ ବାପା ଅଭିଯୁକ୍ତର ବାପା ମହାବୀର ରାଜପୁତକୁ ହତ୍ୟା କରିଥିଲେ। ଏହା ପରେ ପୀଡ଼ିତାଙ୍କ ବାପାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ବାପା ଜେଲ ଯିବାର କିଛି ଦିନ ପରେ ପୀଡ଼ିତା ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣି ତାଙ୍କୁ ଜେଲ ପଠାଇ ଦେଇଥିଲେ। ଏବେ ଜାମିନରେ ବାହାରକୁ ଆସିବା ପରେ ଅଭିଯୁକ୍ତ ନିଜ ବାପା ମହାବୀରଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ପୀଡ଼ିତା ଏବଂ ତାଙ୍କ ମା‘ଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିବା ଜଣା ପଡ଼ିଛି। ଦୁହେଁ ମାର୍କେଟରୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଥିଲା। ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରେ ଟ୍ରାକ୍ଟର ଛାଡ଼ି ଫେରାର ହୋଇଯାଇଛି। ଏ ନେଇ ସୂଚନା ମିଳିବା ପରେ ଫେରାର ଅଭିଯୁକ୍ତକୁ ଖୋଜିବାରେ ଲାଗି ପଡ଼ିଛି ପୁଲିସ।
Follow Us