୪ପିଲାଙ୍କ ଗଳା କାଟି ହତ୍ୟା କରିବା ପରେ ଜୀବନ ହାରିଲା ବାପା

ତ୍ତରପ୍ରଦେଶର ଶାହଜାହାନପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ୪ପିଲାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି ବାପା। ପାରିବାରିକ ବିବାଦ ଯୋଗୁଁ ଏହି ଘଟଣା ଘଟିଛି।

tcrimescene

ଶାହଜାହାନପୁର: ଉତ୍ତରପ୍ରଦେଶର ଶାହଜାହାନପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ୪ପିଲାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି ବାପା। ପାରିବାରିକ ବିବାଦ ଯୋଗୁଁ ଏହି ଘଟଣା ଘଟିଛି। ଫରେନସିକ୍ ଟିମ୍ ସମେତ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛି। ମୃତ୍ୟୁବରଣ କରିଥିବା ପିଲାମାନଙ୍କ ମଧ୍ୟରେ ୧୩, ୯, ୭ ବର୍ଷର ୩ ଝିଅ ଏବଂ ୫ ବର୍ଷର ପୁଅ ଅନ୍ତର୍ଭୁକ୍ତ। 

ସୂଚନା ଅନୁଯାୟୀ, ବାପା ପ୍ରଥମେ ତାଙ୍କର ୪ନିର୍ଦ୍ଦୋଷ ପିଲାଙ୍କ ଗଳା କାଟି ହତ୍ୟା କରିଥିଲେ। ଏହା ପରେ ସେ ଫାଶି ଦେଇ ଆତ୍ମହତ୍ୟା କରିଥିଲେ। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବର୍ତ୍ତମାନ ପୁଲିସ ମୃତଦେହଗୁଡ଼ିକୁ ଜବତ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ପୁଲିସର କହିବା ମୁତାବକ, ରୋଜା ଥାନା ଅଞ୍ଚଳ ଅନ୍ତର୍ଗତ ମାନପୁର ଚଚରି ଗାଁରେ ଏହି ଘଟଣା ଘଟିଛି। କୁହାଯାଉଛି ଯେ ଏହି ଗାଁର ବାସିନ୍ଦା ରାଜୀବ କଠେରିୟା ବିଳମ୍ବିତ ରାତିରେ ତାଙ୍କ ୧୩ ବର୍ଷର ଝିଅ ସ୍ମୃତି, ୯ ବର୍ଷର ଝିଅ କୀର୍ତ୍ତି, ୭ ବର୍ଷର ଝିଅ ପ୍ରଗତି ଏବଂ ୫ ବର୍ଷର ପୁଅ ଋଷଭଙ୍କୁ ଗଳା କାଟି ନିର୍ମମ ଭାବରେ ହତ୍ୟା କରିଥିଲେ। ଏହା ପରେ ନିଜେ ଜୀବନ ହାରିଥିଲେ। ଘଟଣା ଘଟିବା ବେଳେ ରାଜୀବଙ୍କ ପତ୍ନୀ କାନ୍ତି ଦେବୀ ନିଜ ବାପ ଘରକୁ ଯାଇଥିଲେ। ବୁଧବାର ରାତିରେ ଏହା ଘଟିଥିବା ବେଳେ ଗୁରୁବାର ସକାଳେ ରାଜୀବଙ୍କ ବାପା ଚା’ ପିଇବାକୁ ଘରର କବାଟ ବାଡାଇଥିଲେ। ହେଲେ କେହି କବାଟ ନଖୋଲିବାରୁ ସେ ଝରକା ଦେଇ ଭିତରକୁ ଦେଖିଥିଲେ। ଭିତରର ଦୃଶ୍ୟ ଦେଖି ସେ ଚିତ୍କାର କରିବାରୁ ପଡୋଶୀ ଦୌଡ଼ି ଆସିବା ସହ ପୁଲିସକୁ ସୂଚନା ଦେଇଥିଲେ।

କୁହାଯାଉଛି ଯେ, ବର୍ଷେ ପୂର୍ବରୁ ରାଜୀବ ଦୁର୍ଘଟଣାର ଶିକାର ହୋଇଥିଲେ। ଏହା ପରଠାରୁ ତାଙ୍କ ମାନସିକ ଅବସ୍ଥା ବିଗିଡ଼ି ଯାଇଥିଲା। ଏହା ସହ ପାରିବାରିକ କଳହ ପାଇଁ ରାଜୀବ ଏଭଳି ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

uttarpradesh | father kills 3daughter and one son | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe