ଏତେ ଗୁଳି ମାରିବି, ତୋ ପରିବାର ଲୋକେ ଚିହ୍ନିପାରିବେନି; ଏଭଳି କହି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧମକାଇଲେ ମହିଳା

hfmfhm

ହରଦୋଇ: ଏତେ ଗୁଳି ମାରିବି, ତୋ ପରିବାର ଲୋକେ ଚିହ୍ନିପାରିବେନି। ଏଭଳି କହି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧମକାଇଲେ ମହିଳା। ଉତ୍ତରପ୍ରଦେଶର ହରଦୋଇରେ ଏହି ଘଟଣା ଘଟିଥିବା ବେଳେ ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓ ଭାଇରାଲ ହେବା ସହ ଏହାର ଅଭିଯୋଗ ହେବାରୁ ପୁଲିସ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି। 

କୁହାଯାଉଛି ଯେ, ସିଏନଜି ଭରିବା ପାଇଁ ପମ୍ପରେ ପହଞ୍ଚିବା ପରେ ସୁରକ୍ଷା ଦୃଷ୍ଟିରୁ କର୍ମଚାରୀ ରଜନୀଶ କୁମାର କାର୍‌ରେ ଯାତ୍ରା କରୁଥିବା ଲୋକଙ୍କ ବାହାରକୁ ଆସିବାକୁ କହିଥିଲେ। ଏହି କଥାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହେବାରୁ କାର୍‌ରେ ଥିବା ଜଣେ ମହିଳା ବନ୍ଧୁକ କାଢ଼ି କର୍ମଚାରୀଙ୍କୁ ଧମକାଇବା ଆରମ୍ଭ କରିଥିଲେ।

ସୂଚନା ମୁତାବକ, ଏହସାନ ଖାନ ନାମକ ଜଣେ ବ୍ୟକ୍ତି ତାଙ୍କ କାରରେ ସିଏନଜି ଭର୍ତ୍ତି କରିବା ପାଇଁ ହରଦୋଇର ବିଲଗ୍ରାମ ଅଞ୍ଚଳକୁ ଯାଇଥିଲେ। ସିଏନଜି ଭର୍ତ୍ତି କରିବା ସମୟରେ, ପମ୍ପ କର୍ମଚାରୀ ସୁରକ୍ଷା ଦୃଷ୍ଟିରୁ ଏହସାନ ଖାନଙ୍କୁ କାରରୁ ଓହ୍ଲାଇବାକୁ କହିଥିଲେ। ଏହା ପରେ ଏହସାନ ଖାନ ରାଗିଯାଇ କାରରୁ ଓହ୍ଲାଇବ‌ା ସହ ପମ୍ପ କର୍ମଚାରୀଙ୍କୁ ଧକ୍କା ଦେବା ଆରମ୍ଭ କରିଥିଲେ। ଏଥିରେ ରାଗିଯାଇ ପମ୍ପ କର୍ମଚାରୀ ଏହସାନକୁ ଧକ୍କା ଦେବାରୁ ଏହସାନ ଖାନଙ୍କ ସ୍ତ୍ରୀ ଏବଂ ଝିଅ ଅରିବା ଯୁକ୍ତିତର୍କରେ ସାମିଲ ହୋଇଥିଲେ। ଏହା ପରେ ଅରିବା କାର୍‌ ପାଖକୁ ଯାଇ ଭିତରୁ ବନ୍ଧୁକ ବାହାର କରିଥିଲେ। ଯୁକ୍ତି କରୁଥିବା କର୍ମଚାରୀ ଛାତିରେ ବନ୍ଧୁକ ରଖି ଅରିବା କହିଥିଲେ, ଏତେ ଗୁଳି ମାରିବି, ତୋ ପରିବାର ଲୋକେ ଚିହ୍ନିପାରିବେନି। ଅରିବା ଏଭଳି ଧମକ ଦେବା ଦେଖି ତାଙ୍କ ମା’ ଓ ଉପସ୍ଥିତ ଲୋକେ ତାଙ୍କୁ ଅଟକାଇଥିଲେ।

ପରେ ରଜନୀଶ ଏନେଇ ଅଭିଯୋଗ କରିବାରୁ ଅରିବା, ତାଙ୍କ ମା’ ଓ ଏହସାନଙ୍କୁ ପୁଲିସ ହେପାଜତକୁ ନେଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe