ଯୌନ ନିର୍ଯାତନକୁ ବିରୋଧ କଲେ ମହିଳା, ଅକ୍ସିଜେନ ମାସ୍କ କାଢ଼ି ସ୍ବାମୀକୁ ମାରିଦେଲା ଅମ୍ବୁଲାନ୍ସ ଚାଳକ

ଯୌନ ନିର୍ଯାତନକୁ ବିରୋଧ କଲେ ମହିଳା । ଅକ୍ସିଜେନ ମାସ୍କ କାଢ଼ି ସ୍ବାମୀକୁ ମାରିଦେଲା ଅମ୍ବୁଲାନ୍ସ ଚାଳକ । ଉତ୍ତରପ୍ରଦେଶରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ବେସରକାରୀ ଆମ୍ବୁଲାନ୍ସରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ambulance

‌ଗାଜିପୁର: ଯୌନ ନିର୍ଯାତନକୁ ବିରୋଧ କଲେ ମହିଳା । ଅକ୍ସିଜେନ ମାସ୍କ କାଢ଼ି ସ୍ବାମୀକୁ ମାରିଦେଲା ଅମ୍ବୁଲାନ୍ସ ଚାଳକ । ଉତ୍ତରପ୍ରଦେଶର ଗାଜିପୁରରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଅର୍ଥାଭାବରୁ ମହିଳା ନିଜ ସ୍ବାମୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରି ଘରକୁ ନେବାକୁ ଚିନ୍ତା କଲେ। ଏଥିପାଇଁ ସେ ଏକ ଘରୋଇ ଆମ୍ବୁଲାନ୍ସକୁ ବୁକ୍ କରିିଥିଲେ। ହେଲେ ତାଙ୍କୁ ଜଣାନଥିଲା ବାଟରେ ତାଙ୍କ ସହ ଏଭଳି କିଛି ଘଟିଯିବ। ତେବେ ଏହି ଘଟଣା ପରେ ଏନେଇ ଅଭିଯୋଗ କରିଛନ୍ତି ମହିଳା।

ତାଙ୍କ ଅଭିଯୋଗ ମୁତାବକ, "ସ୍ବାମୀଙ୍କ ଦେହ ଭଲ ହେଉନଥିବା ସହ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ଅଧିକ ଦିନ ଡାକ୍ତରଖାନାରେ ରଖିବା ପରେ ଟଙ୍କା ସରିଆସିବାରୁ ମୁଁ ସ୍ବାମୀଙ୍କୁ ଘରକୁ ଆଣିବାକୁ ଚିନ୍ତା କଲି। ଏଥିପାଇଁ ଏକ ଘରୋଇ ଆମ୍ବୁଲାନ୍ସ ବୁକ୍ କଲି। ମୋ ଭାଇ ଆଉ ମୁଁ ମୋ ସ୍ବାମୀଙ୍କୁ ଧରି ଆମ୍ବୁଲାନ୍ସ ଭିତରକୁ ଯିବା ପରେ ଚାଳକ ମୋତେ ଆଗରେ ବସିବାକୁ କହିଥିଲେ। ଆଗରେ ବସିଲେ ବାଟରେ ପୁଲିସ ଅଟକାଇବ ନାହିଁ ବୋଲି ସେ ମୋତେ କହିଥିଲେ। ଇଚ୍ଛା ନଥାଇ ବି ମୁଁ ଆଗରେ ଯାଇ ବସିଥିଲି। ଆଗରେ ଚାଳକ ଓ ତାଙ୍କର ଜଣେ ସହଯୋଗୀ ମୋ ସହ ବସିିଥିଲେ। କିଛି ବାଟ ଯିବା ପରେ ଦୁହେଁ ମୋତେ ଆଶଳୀନ ଭାବେ ଛୁଇଁବା ଆରମ୍ଭ କରିଥିଲେ।"

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, "ମୁଁ ଏହାକୁ ବିରୋଧ କରିବା ଶୁଣି ପଛରେ ଥିବା ମୋ ସ୍ବାମୀ ଓ ଭାଇ ଜୋରରେ ପାଟି କରିବା ଆରମ୍ଭ କରିଥିଲେ। ଏଥିରେ ରାଗିଯାଇ ଚାଳକଜଣକ ଗାଡ଼ି ଅଟକାଇବା ସହ ସ୍ବାମୀଙ୍କ ମୁହଁରୁ ଅକ୍ସିଜେନ ମାସ୍କ ଖୋଲି ତାଙ୍କୁ ବାହାରକୁ ଠେଲି ଦେଇଥିଲା। ଆମକୁ ଅଧା ରାସ୍ତାରେ ଛାଡ଼ି ସେ ମୋ ମଙ୍ଗଳସୂତ୍ର, ୧୦ହଜାର ଟଙ୍କା, ଆଧାର କାର୍ଡ ଇତ୍ୟାଦି ନେଇ ସେଠୁ ଚାଲି ଯାଇଥିଲା। ମୋ ଭାଇ ଗାଜିପୁର ପୁଲିସ ଷ୍ଟେସନକୁ ଫୋନ କରିବାରୁ ସେମାନେ ଆସି ମୋ ସ୍ବାମୀକୁ ଗୋରଖପୁର ମେଡିକାଲ କଲେଜକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe