ଚେକ୍‌-ଅପ୍‌ ସମୟରେ ଯୁବତୀଙ୍କୁ ଡାକ୍ତରଙ୍କ ଯୌନ ନିର୍ଯାତନା ଅଭିଯୋଗ, ତଦନ୍ତ ଆରମ୍ଭ କଲା ପୁଲିସ୍‌

ଚେକ୍‌-ଅପ୍‌ ସମୟରେ ଯୁବତୀଙ୍କୁ ଡାକ୍ତରଙ୍କ ଯୌନ ନିର୍ଯାତନା ଅଭିଯୋଗ, ତଦନ୍ତ ଆରମ୍ଭ କଲା ପୁଲିସ୍‌

ndtv.com

ମୁଜାଫର୍‌ନଗର: ଉତ୍ତରପ୍ରଦେଶର ମୁଜାଫର୍‌ନଗରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଅଭିଯୋଗ ହୋଇଛି ଯେ ଜଣେ ୨୫ ବର୍ଷୀୟା ଯୁବତୀ ତାଙ୍କର ସ୍ବାସ୍ଥ୍ୟ ଚେକ୍‌-ଅପ୍‌ ପାଇଁ ୟୁପିର ଏକ କ୍ଲିନିକ୍‌କୁ ଯାଇଥିବା ବେଳେ ୨ ଜଣ ଡାକ୍ତର ତାଙ୍କୁ ଯୌନ ନିର୍ଯାତନା‌ ଦେଇଛନ୍ତି। ଘଟଣାଟି ଶୁକ୍ରବାର ଘଟିଥିବା ବେଳେ ପୁଲିସ୍‌ ଶନିବାର ଏ ନେଇ ସୂଚନା ପ୍ରଦାନ କରିଛି। କ୍ଲିନିକ୍‌ର ଦୁଇ ଅଭିଯୁକ୍ତ ଅଶୋକ କୁମାର ଓ ଅଖିଳଙ୍କ ନାମରେ ଏ ନେଇ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମହିଳାଙ୍କ ଅଭିଯୋଗ ଅନୁସାରେ, ଶୁକ୍ରବାର ସେ ତାଙ୍କ ମାଆ ଓ ଭାଇଙ୍କ ସହ ଉକ୍ତ କ୍ଲିନିକ୍‌କୁ ଯାଇଥିଲେ। ସେଠାରେ ତାଙ୍କ ମାଆ ଓ ଭାଇ ବାହାରେ ଅପେକ୍ଷା କରିଥିବା ଅବସ୍ଥାରେ ଦୁଇ ଜଣ ଡାକ୍ତର ରୁମ୍‌ ଭିତରେ ଯୁବତୀଙ୍କ ଚେକ୍‌-ଅପ୍‌ କରିଥିଲେ। ଚେକ୍‌-ଅପ୍‌ ସମୟରେ ଡାକ୍ତର ଦ୍ବୟ ତାଙ୍କୁ ‌‌ଯୌନ ନିର୍ଯାତନା ଦେଇଥିଲେ ବୋଲି ପୀଡ଼ିତା ଯୁବତୀ ଅଭିଯୋଗ ଆଣିଛନ୍ତି।

publive-image News18.com

ଯୁବତୀ ଜଣକ ସେଠାରେ କିଛି ନକହି ମାଆ ଓ ଭାଇଙ୍କ ସହ ଘରକୁ ‌ଫେରି ଯାଇଥିଲେ। ଘରେ ପହଞ୍ଚି ଘର ଲୋକଙ୍କ ସମ୍ମୁଖରେ ସବୁ କଥା କହିବା ପରେ ତାଙ୍କ ପରିବାର ଲୋକ ଆସି ଦୁଇ ଜଣ ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହ ସେମାନଙ୍କ ନାମରେ ପୁଲିସ୍‌ରେ ଏଫ୍‌ଆଇଆର୍‌ ଦର୍ଜ କରାଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚେଷ୍ଟା ଚଳାଇଛି। ଯୁବତୀଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe