Advertisment

ବର ସହ ଫେରାର ‌ହୋଇଥିବା ଶାଶୁ ଘରକୁ ଫେରିଲେ

Advertisment

ଝିଅ ବିବାହର କିଛି ଦିନ ପୂର୍ବରୁ ବର ସହ ଫୋରାର ହୋଇଥିଲେ ସପନା ଦେବୀ। ଏବେ ସପନା ଉତ୍ତର ପ୍ରଦେଶର ଆଲିଗଡ଼ରେ ଥିବା ନିଜ ଘରକୁ ଫେରିଛନ୍ତି, ଯେଉଁଠାରେ ଏହି ଦମ୍ପତି ଏକାଠି ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଝିଅ ବିବାହର କିଛି ଦିନ ପୂର୍ବରୁ ବର ସହ ଫୋରାର ହୋଇଥିଲେ ସପନା ଦେବୀ। ଏବେ ସପନା ଉତ୍ତର ପ୍ରଦେଶର ଆଲିଗଡ଼ରେ ଥିବା ନିଜ ଘରକୁ ଫେରିଛନ୍ତି, ଯେଉଁଠାରେ ଏହି ଦମ୍ପତି ଏକାଠି ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

tbvqfgvh

ଅଲିଗଡ଼: ଝିଅ ବିବାହର କିଛି ଦିନ ପୂର୍ବରୁ ବର ସହ ଫୋରାର ହୋଇଥିଲେ ସପନା ଦେବୀ। ଏବେ ସପନା ଉତ୍ତର ପ୍ରଦେଶର ଆଲିଗଡ଼ରେ ଥିବା ନିଜ ଘରକୁ ଫେରିଛନ୍ତି, ଯେଉଁଠାରେ ଏହି ଦମ୍ପତି ଏକାଠି ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସେ ଦାବି କରିଛନ୍ତି ଯେ, ତାଙ୍କ ଉପରେ ତାଙ୍କ ଝିଅ ଶିବାନୀ ଓ ସ୍ବାମୀ ଜିତେନ୍ଦ୍ର କୁମାର ଅତ୍ୟାଚାର କରୁଥିଲେ। ଏଥିପାଇଁ ସେ ହେବାକୁ ଥିବା ଜ୍ବାଇଁ ରାହୁଲଙ୍କ ସହ ଫେରାର ହୋଇଥିଲେ।

ସୂଚନା ମୁତାବକ, ଦେବୀଙ୍କ ଝିଅ ଶିବାନୀ ଏପ୍ରିଲ ୧୬ ତାରିଖରେ ରାହୁଲଙ୍କୁ ବିବାହ କରିବାର ଥିଲା। ବିବାହ କାର୍ଡ ଛପା ସରିଥିଲା ଏବଂ ସେମାନଙ୍କ ଘରେ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା। ଏପ୍ରିଲ ୮ ତାରିଖରେ ବିବାହର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଦେବୀ ତାଙ୍କ ଘରୁ ଟଙ୍କା ଏବଂ ଅଳଙ୍କାର ଧରି ଫେରାର ହୋଇଯାଇଥିଲେ। ସେହି ସମୟରେ, ରାହୁଲଙ୍କର ମଧ୍ୟ ପତ୍ତା ମିଳିନଥିଲା। ଗତ ସପ୍ତାହରେ ଦେବୀଙ୍କ ସ୍ୱାମୀ ଜିତେନ୍ଦ୍ର କୁମାର ନିଖୋଜ ଅଭିଯୋଗ ଦାଖଲ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା।

ଏବେ ଦୁହେଁ ଫେରିବା ପରେ, ଅଲିଗଡ଼ ପୁଲିସ ଦମ୍ପତିଙ୍କୁ ଲଗାତାର ୧୨ଘଣ୍ଟା ଧରି ବୁଝାଇବାକୁ ଓ ପରାମର୍ଶ ଦେବାକୁ ଚେଷ୍ଟା କରିଥିଲା। ହେଲେ ଦୁହେଁ ପରସ୍ପର ସହ ରହିବାକୁ ନିଷ୍ପତ୍ତି ନେଇସାରିଥିବା କହିଥିଲେ। ସପନାଙ୍କ ସ୍ବାମୀ ଜିତେନ୍ଦ୍ରଙ୍କ କହିବା ମୁତାବକ, ଫେରାର ହେବା ପରେ ଘରୁ ନେଇଥିବ‌ା ସୁନାଗହଣା ଓ ଟଙ୍କା ଦେବା ପରେ ସପନା ଜୁଆଡେ ଯିବାକୁ ଚାହୁଛନ୍ତି ଏବଂ ଯାହା ସହ ରହିବାକୁ ଚାହୁଛନ୍ତି, ତାହା କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe