ବସରେ ଆଡମିଟ କାର୍ଡ ଛାଡ଼ି ଦେଇଥିବା ଛାତ୍ର ବିବସ୍ତ୍ର ହୋଇ ରାସ୍ତାରେ ବୁଲିଲେ

ବସରେ ଆଡମିଟ କାର୍ଡ ଛାଡ଼ି ଦେଇଥିବା ଛାତ୍ର ବିବସ୍ତ୍ର ହୋଇ ରାସ୍ତାରେ ବୁଲିଲେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ର ପରୀକ୍ଷା ଦେଇ ନପାରିଥିବାରୁ ବିବସ୍ତ୍ର ହୋଇ ରାସ୍ତ‌ାରେ ଦୌଡ଼ୁଥିବାର ଦେଖିବାକୁ ମିଳିଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଗାଜିପୁର ଖାନପୁର ଥାନା ଅଞ୍ଚଳରେ ଗୋପାଳପୁର ଗ୍ରାମର ବାସିନ୍ଦା ସୁରଜ ଯାଦବଙ୍କ ଗତ ରବିବାର ଆରଓ ପରୀକ୍ଷା ଥିଲା। ସୁରଜଙ୍କ ‌ପରୀକ୍ଷା କେନ୍ଦ୍ର ଗାଜିପୁରରେ ରହିଥିଲା। ସେ ରବିବାର ସକାଳେ ନିଜର ଆଡମିଟ କାର୍ଡ ଆଦି ଧରି ଘରୋଇ ବସରେ ଚଢ଼ିଥିଲେ। ବସ ଅଧାବାଟରେ ଅଟକିବା ପରେ ସୁରଜ ଶୌଚ ପାଇଁ ଓହ୍ଲାଇ ଥିଲେ।  ଶୌଚ ହୋଇ ଫେରିବା ପରେ ତାଙ୍କ ବସ ଚାଲି ଯାଇଥିବା ସେ ଜାଣିବାକୁ ପାଇଥିଲେ। ଉକ୍ତ ବସ‌ରେ ତାଙ୍କର ପରୀକ୍ଷା ଆଡମିଟ କାର୍ଡ ରହି ଯାଇଥିଲା।

ଏସବୁ ଘଟଣା ପରେ ସୁରଜ ଠିକ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରି ନଥିବାରୁ ରାଗରେ ବିବସ୍ତ୍ର ହୋଇ ରାସ୍ତାରେ ଦୌଡ଼ିଥିଲେ। ଲୋକେ ତାଙ୍କୁ ଯେତେ ବୁଝାଇଥିଲେ ବି ସେ କ‌ାହାରି କିଛି କଥା ଶୁଣି ନଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁରଜଙ୍କୁ କାବୁ କରିବା ସହିତ ତାଙ୍କୁ ପୋଷାକ ପିନ୍ଧାଇ ଶାନ୍ତ ହେବାକୁ କହିଥିଲା। ତେବେ ଅନେକ ପରିଶ୍ରମ କରିବା ସତ୍ତ୍ବେ ପରୀକ୍ଷା ଦେଇ ପାରି ନଥିବାରୁ ସୁରଜ ପୁଲିସ ସମ୍ମୁଖରେ ଭୋଭୋ ହୋଇ କାନ୍ଦିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe