ଆଇସୋଲେସନରେ ଥିବା ଶାଶୁ ବୋହୂକୁ ଜୋର ଜବରଦସ୍ତ ଆଲିଙ୍ଗନ କରି କଲେ କରୋନ ପଜିଟିଭ

Advertisment
ଆଇସୋଲେସନରେ ଥିବା ଶାଶୁ ବୋହୂକୁ ଜୋର ଜବରଦସ୍ତ ଆଲିଙ୍ଗନ କରି କଲେ କରୋନ ପଜିଟିଭ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମିତ ହେବା ପରେ ଜଣେ ମହିଳା ତାଙ୍କ ବୋହୂକୁ ଆଲିଙ୍ଗନ କରି କରୋନା ପଜିଟିଭ କରିଥିବା ଘଟଣା ସାମ୍ନାକୁ ଆସିଛି।

ଏଭଳି ଏକ ଘଟଣା ତେଲେଙ୍ଗାନାର ସୋମରିପେଟା ଗ୍ରାମରେ ଘଟିଛି। ଯେଉଁଠାରେ କରୋନା ପଜିଟିଭ ଚିହ୍ନଟ ହେବାପରେ ଜଣେ ମହିଳାଙ୍କୁ ଘରେ ଆଇସୋଲେସନରେ ରହିବାକୁ କୁହାଯାଇଥିଲା। ଏହାପରେ କରୋନା ସଂକ୍ରମଣ ଭୟରେ ପରିବାରଲୋକ ମହିଳାଙ୍କ ପାଖକୁ ଯିବା ଆସିବା ବନ୍ଦ କରି ଦେଇଥିଲେ। ଏହି କଥାକୁ ନେଇ ମହିଳା ଜଣକ ଏତେ ବିରକ୍ତ ହୋଇଗଲେ ଯେ ସେ ଜୋରଜବରଦସ୍ତ ନିଜ ବୋହୂକୁ ଆଲିଙ୍ଗନ କରି କରୋନା ସଂକ୍ରମିତ କରିଥିଲେ।

publive-image www.aajtak.in

ବୋହୂ କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ସୋମରିପେଟା ଗ୍ରାମରେ ଥିବା ଘରୁ ବାହାର କରିଦିଆଗଲା। ଏହାପରେ ବୋହୂର ଭଉଣୀ ଆସି ତାଙ୍କ ବାପା-ମା’ ପାଖକୁ ନେଇ ଯାଇଥିଲେ।

ବୋହୂର କହିବାନୁସାରେ, ଶାଶୁ ମୋତେ ଏହା କହି ଜୋରଜବରଦସ୍ତ ଆଲିଙ୍ଗନ କରିଥିଲେ କି, ମୁଁ କରୋନା ସଂକ୍ରମିତ ହୋଇଛି। ଆଉ ମୁଁ ମରି ଗଲେ ତମେମାନେ ସମସ୍ତେ ଖୁସି ହେବ। ତେଣୁ ତତେ ବି ମୁଁ କରୋନା ସଂକ୍ରମିତ କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe