ଚଳିତ ବର୍ଷ ଆମେରିକାରେ ପ୍ରଥମ ମୃତ୍ୟୁଦଣ୍ଡ ପାଇଲେ ପ୍ରେମିକାର ଜାମିନ ଟଙ୍କା ପାଇଁ ହୋଟେଲ୍‌ରୁ ଚୋରି କରିଥିବା ଯୁବକ

ଚଳିତ ବର୍ଷ ଆମେରିକାରେ ପ୍ରଥମ ମୃତ୍ୟୁଦଣ୍ଡ ପାଇଲେ ପ୍ରେମିକାର ଜାମିନ ଟଙ୍କା ପାଇଁ ହୋଟେଲ୍‌ରୁ ଚୋରି କରିଥିବା ଯୁବକ

Image Courtesy of NDTV

ୱାସିଂଟନ୍‌: ପ୍ରେମିକାର ଜାମିନ ଅର୍ଥ ଯୋଗାଡ଼ କରିବା ପାଇଁ ଏକ ହୋଟେଲ୍‌ରୁ ଚୋରି କରିଥିବା ଜଣେ ଯୁବକ ହେଉଛନ୍ତି ଚଳିତ ବର୍ଷ ମୃତ୍ୟୁଦଣ୍ଡ ପାଇଥିବା ପ୍ରଥମ ଆମେରିକୀୟ। ଦୁଇଟି ନରହତ୍ୟା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଉକ୍ତ ବ୍ୟକ୍ତିଙ୍କୁ ଗୁରୁବାର ଦିନ ଓକ୍‌ଲାହୋମାରେ ମାରାତ୍ମକ ଇଞ୍ଜେକ୍‌ସନ୍‌ ଦେଇ ମାରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ଜେଲ୍‌ରେ ଥିବା ଗାର୍ଲଫ୍ରେଣ୍ଡ୍‌ଙ୍କୁ ଜାମିନରେ ମୁକୁଳାଇବା ଲାଗି ଅର୍ଥ ପୈଠ କରିବା ଲାଗି ୨୦୦୧ରେ ଡୋନାଲଡ୍‌ ଗ୍ରାଣ୍ଟ୍‌ ନାମକ ଉକ୍ତ ୨୫ ବର୍ଷିୟ ଯୁବକ ଗୋଟାଏ ହୋଟେଲ୍‌ରୁ ଚୋରି କରିଥିଲେ।

publive-image Image Courtesy of Ground News

ଚୋରି ସମୟରେ ସେ ହୋଟେଲ୍‌ର ଦୁଇଜଣ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଜଣେ କର୍ମଚାରୀ ତତ୍‌କ୍ଷଣାତ୍‌ ଘଟଣାସ୍ଥଳରେ ମରିଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗ୍ରାଣ୍ଟ୍‌ ଛୁରି ମାରି ହତ୍ୟା କରିଥିଲେ ବୋଲି ଅଦାଲତ ଦଲିଲରୁ ଜଣାପଡ଼ିଛି।

୨୦୦୫ରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା। କିନ୍ତୁ, ତାଙ୍କର ମାନସିକ ଅବସ୍ଥା ଭଲ ନ ଥିବା ଜଣାଇ ଦଣ୍ଡାଦେଶ ଟାଳିବା ଲାଗି ସେବେଠାରୁ ସେ ଅସଂଖ୍ୟ ଆବେଦନ କରି ଆସୁଥିଲେ। ମୃତ୍ୟୁ ପ୍ରକ୍ରିୟାକୁ ବିରୋଧ କରି ସେ କରିଥିବା ଶେଷ ଆବେଦନକୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରମ୍‌ କୋର୍ଟ ଖାରଜ କରିଥିଲେ।

ସମ୍ପ୍ରତି ୪୬ ବର୍ଷରେ ଉପନୀତ ହୋଇଥିବା ଗ୍ରାଣ୍ଟ୍‌ଙ୍କୁ ଓକ୍ଲାହୋମାର ମ୍ୟାକ୍‌ଆଲେଷ୍ଟର୍‌ସ୍ଥିତ ଷ୍ଟେଟ୍‌ ପେନିଟେଞ୍ଚରି ତିନୋଟି ବିଷାକ୍ତ ପଦାର୍ଥ ଥିବା ମାରାତ୍ମକ ଇଞ୍ଜେକ୍ସନ୍‌ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe