ଗିରଫ ହେଲେ ବେଡ୍‌ରେ ସ୍ତ୍ରୀ ଓ ପ୍ରେମିକଙ୍କୁ ଏକତ୍ର ଦେଖି ‘ବ୍ୟାଟ୍‌’ରେ ପିଟିଥିବା ସ୍ବାମୀ

Advertisment
ଗିରଫ ହେଲେ ବେଡ୍‌ରେ ସ୍ତ୍ରୀ ଓ ପ୍ରେମିକଙ୍କୁ ଏକତ୍ର ଦେଖି ‘ବ୍ୟାଟ୍‌’ରେ ପିଟିଥିବା ସ୍ବାମୀ

Image Courtesy of NDTV

ନୂଆଦିଲ୍ଲୀ: ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ବେଡ୍‌ରେ ଏକତ୍ର ଦେଖି ଜଣେ ଆମେରିକୀୟ ବ୍ୟକ୍ତି ସ୍ତ୍ରୀଙ୍କର ପ୍ରେମିକଙ୍କୁ ଗୋଟାଏ ଆଲ୍‌ମୁନିୟମ୍‌ ବ୍ୟାଟ୍‌ରେ ପିଟି ପିଟି ମାରି ପକାଇବା ପାଇଁ ଉଦ୍ୟମ କରିଥିବା କଥା ‘ଫକ୍ସ୍‌ ନିଉଜ୍‌’ ରିପୋର୍ଟ କରିଛି।

ଏଥିପାଇଁ ୩୩ ବର୍ଷିୟ ସ୍ବାମୀ ଜନ୍‌ ଡିମିଙ୍ଗ୍ ହତ୍ୟା ଉଦ୍ୟମ ମାମଲାର ସମ୍ମୁଖୀନ ହୋଇଛନ୍ତି।

ରିପୋର୍ଟ ଅନୁସାରେ, ଗୋଟାଏ ‘ଏୟାର୍‌ବିଏନ୍‌ବି’ ରୁମ୍‌ରେ ସ୍ତ୍ରୀ କ୍ରିଷ୍ଟି ବାର୍ବାଟୋ ଓ ସି.ଟି. ଟେକ୍ନିସିଆନ୍‌ ଭାବେ କାମ କରୁଥିବା ଜଣେ ସହକର୍ମୀଙ୍କୁ ଡିମିଙ୍ଗ୍‌ ଏକତ୍ର ଗୋଟାଏ ବେଡ୍‌ରେ ଦେଖିଥିଲେ। ଉତ୍‌କ୍ଷିପ୍ତ ଡିମିଙ୍ଗ୍‌ କବାଟ ବନ୍ଦ କରି ଉକ୍ତ ବ୍ୟକ୍ତିଙ୍କୁ ଗୋଟାଏ ଆଲ୍‌ମୁନିୟମ୍‌ ବ୍ୟାଟ୍‌ରେ ପିଟି ତଳେ ପକାଇ ମାଡ଼ି ବସିଥିଲେ ବୋଲି ଅଦାଲତରେ ଦାଏର କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ ଅଛି। ଆଲ୍‌ମୁନିୟମ୍‌ ବ୍ୟାଟ୍‌ରେ ଡିମିଙ୍ଗ୍‌ ତାଙ୍କୁ ଅନ୍ୟୂନ ୩ ପାହାର ପକାଇଥିବା କଥା ସେ ଉଲ୍ଲେଖ କରିଛନ୍ତି।

Florida woman wearing glasses smiles next to booking photo of stone-faced man with beard Image Courtesy of Fox News

ପୁଲିସ ସେଠାରୁ ସଂଗ୍ରହ କରିଥିବା ‘ସିସିଟିଭି’ ଫୁଟେଜ୍‌ରେ ଦେଖାଯାଉଛି ଯେ, ବ୍ୟାଟ୍‌ ଧରି ଡିମିଙ୍ଗ୍‌ ‘ଏୟାର୍‌ବିଏନ୍‌ବି’ରେ ପ୍ରବେଶ କରୁଛନ୍ତି। ଘଟଣା ଘଟିବା ପରେ ସ୍ତ୍ରୀ ବାର୍ବାଟୋ ଚିତ୍କାର କରି ତାଙ୍କୁ ସହକର୍ମୀଙ୍କ ପାଖରୁ ପେଲି ଦୂରେଇ ଦେବାକୁ ଉଦ୍ୟମ କରୁଛନ୍ତି। ସେ କହୁଛନ୍ତି, ମାରନି ଜନ୍‌, ତାଙ୍କ ଦେହରୁ ରକ୍ତ ବାହାରିଲାଣି। ତା’ପରେ ଡିମିଙ୍ଗ୍‌ ସେ ବ୍ୟକ୍ତିଙ୍କୁ ଧମକ ଦେଇ ସ୍ତ୍ରୀଠାରୁ ଦୂରେଇ ରହିବାକୁ କହୁଛନ୍ତି ଓ ରାତି ପ୍ରାୟ ୧୦ଟା ବେଳେ ସେଠାରୁ ଚାଲିଯାଉଛନ୍ତି।

ସି. ଟି. ଟେକ୍‌ନିସିଆନ୍‌ ପୁଲିସକୁ କହିଛନ୍ତି ଯେ, ବାର୍ବାଟୋ ହସ୍ତକ୍ଷେପ ନ କରିଥିଲେ ଡିମିଙ୍ଗ୍‌ ତାଙ୍କୁ ମାରି ପକାଇଥାଆନ୍ତେ। ମୋର ମନେହୁଏ ସେ ମତେ ମାରିପକାଇବାକୁ ଉଦ୍ୟମ କରୁଥିଲେ। ଡିମିଙ୍ଗ୍‌ଙ୍କ ସ୍ତ୍ରୀ ମୋର ସହକର୍ମୀ ଓ ଅଫିସ୍‌ କାର୍ଯ୍ୟ ଶେଷ ପରେ ସେମାନେ ମଦ୍ୟପାନ କରିବାକୁ ‘ଏୟାର୍‌ବିଏନ୍‌ବି’କୁ ଯାଇଥିଲେ।

ଏ ସଂକ୍ରାନ୍ତରେ ଡିମିଙ୍ଗ୍‌ ସ୍ତ୍ରୀ ବାର୍ବାଟୋ ହିଁ ପୁଲିସକୁ ସୂଚନା ଦେଇଥିଲେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ତଦନ୍ତ କରି ରକ୍ତ ଲଗା ଟି-ସାର୍ଟ ଓ ମଣିଷ କେଶ ଲାଗିଥିବା ଉକ୍ତ ଆଲ୍‌ମୁନିୟମ୍‌ ବ୍ୟାଟ୍‌ ଉଦ୍ଧ‌ାର କରି ପୁଲିସ ଡିମିଙ୍ଗ୍‌କୁ ଗିରଫ କରି ପଚରା ଉଚରା କରିବା ସହିତ ତାଙ୍କ ନାଁରେ ମାମଲା ରୁଜୁ କରିଥି‌ଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe