ଅର୍ଥ ଅଭାବରୁ କ୍ଲାସରୁମରେ ଶିକ୍ଷକ-ଶିକ୍ଷୟିତ୍ରୀ ଆଡଲଟ ଭିଡିଓ ସୁଟ କରିବା ମହଙ୍ଗା ପଡ଼ିଲା, ଚାଲିଗଲା ଚାକିରି

ଅର୍ଥ ଅଭାବରୁ କ୍ଲାସରୁମରେ ଶିକ୍ଷକ-ଶିକ୍ଷୟିତ୍ରୀ ଆଡଲଟ ଭିଡିଓ ସୁଟ କରିବା ମହଙ୍ଗା ପଡ଼ିଲା, ଚାଲିଗଲା ଚାକିରି

ନୂଆଦିଲ୍ଲୀ: ଆମେରିକାର ଅରିଜୋନାରେ ଅଷ୍ଟମ ଶ୍ରେଣୀର ଶିକ୍ଷୟିତ୍ରୀ ଏବଂ ତାଙ୍କ ସ୍ୱାମୀଙ୍କୁ ଶ୍ରେଣୀଗୃହରେ ଅଶ୍ଳୀଳ ଭିଡିଓ ସୁଟ କରିବା ମହଙ୍ଗା ପଡ଼ିଛି। ଏହି କାରଣରୁ ତାଙ୍କ ଚାକିରି ବି ଚାଲିଯାଇଛି। ସ୍କୁଲ ଶିକ୍ଷୟିତ୍ରୀ ଯେଉଁ ଶ୍ରେଣୀଗୃହରେ ପାଠ ପଢ଼ାଉଥିଲେ, ସେହି ରୁମରେ ସେ ଆଡଲ୍ଟ ଭିଡିଓ ସୁଟ କରିଥିବା ଜଣାପିଡ଼ିଛି। ଏଥିସହିତ ଏକ ଆଡଲ୍ଟ ସାଇଟରେ ଏହି ଭିଡିଓ ପୋଷ୍ଟ ବି କରି ଦେଇଥିଲେ ଶିକ୍ଷୟିତ୍ରୀ ଏବଂ ତାଙ୍କ ସ୍ୱାମୀ।

ଜାକଲିନ (ଛଦ୍ମନାମ) ନାମକ ଜଣେ ଶିକ୍ଷୟିତ୍ରୀ ଓନଲି ଫ୍ୟାନ୍ସରେ ଖୋଲେ କାର୍ଟର ନାମରେ ଏକ ପେଜ ତିଆରି କରିଥିଲେ । ଏହି ମାସ ଆରମ୍ଭରେ ତାଙ୍କ ଏହି  ଆକାଉଣ୍ଟ ଭାଇରାଲ ହୋଇଯାଇଥିଲା। ଏହାପରେ ସ୍କୁଲ ଛାତ୍ରଛାତ୍ରୀ ଆଉ ତାଙ୍କ ପୁରୁଣା ବିଦ୍ୟାଳୟର ଶିକ୍ଷକମାନେ ଏ ବିଷୟରେ ଜାଣିବାକୁ ପାଇଥିଲେ |  ଏହି ଖବର ତାଙ୍କ ବିଦ୍ୟାଳୟରେ ମଧ୍ୟ ପହଞ୍ଚି ଯାଇଥିଲା। ଜାକଲିନ ଥଣ୍ଡରବୋଲ୍ଟ ମିଡିଲ୍ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ।

କେବଳ ଜାକଲିନ ନୁହନ୍ତି ତାଙ୍କ ଶିକ୍ଷକ ସ୍ୱାମୀ ବି ଶ୍ରେଣୀଗୃହରେ ଆଡଲ୍ଟ ଭିଡିଓ ସୁଟ କରୁଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି କାରଣରୁ ତାଙ୍କୁ ଚାକିରିରୁ ବାହାର ବି କରି ଦିଆଯାଇଥିଲା।

ଜାକଲିନ ଏକ ୟୁଟ୍ୟୁବ ଭିଡିଓରେ କହିଛନ୍ତି, 'ମୁଁ ଗତ ୫ ବର୍ଷ ଧରି ଶିକ୍ଷକତା କରି ଆସୁଛି। କିନ୍ତୁ ମୋର ଦରମା ବୃଦ୍ଧି ହେଉ ନାହିଁ। ମୋର ସ୍ବାମୀ ଓ ମୋର ଦରମା ମିଶି ବି ପରିବାର ଚଳିବା କଷ୍ଟ ହେଉଥିଲା। ସେଥିପାଇଁ ଏଭଳି କାମ ଠିକ ନୁହେଁ ଜାଣିବି ଦୁଇ ପଇସା ରୋଜଗାର ପାଇଁ  ଆଡଲ୍ଟ ଭିଡିଓ ସୁଟ କରିବା ଆରମ୍ଭ କରିଥିଲୁ ଦୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe