୧୪ ବର୍ଷୀୟ ନାବାଳକକୁ ଦୁଷ୍କର୍ମ କରିବା ପରେ ଗର୍ଭବତୀ ହେଲେ ମହିଳା

Advertisment
୧୪ ବର୍ଷୀୟ ନାବାଳକକୁ ଦୁଷ୍କର୍ମ କରିବା ପରେ ଗର୍ଭବତୀ ହେଲେ ମହିଳା

www.indiatoday.in

ୱାଶିଂଟନ୍‌: ଆମେରିକାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଜଣେ ୧୪ ବର୍ଷୀୟ ନାବାଳକର ସନ୍ତାନର ମାଆ ବନିବାକୁ ଯାଉଛନ୍ତି ବୋଲି ଜଣାପଡ଼ିବା ପରେ ଘଟଣାଟି ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଘଟଣାଟି ହେଉଛି, ଆମେରିକାର ଆର୍କାନାସାସରେ ଜଣେ ୧୪ ବର୍ଷୀୟ ନାବାଳକ ଗତ ବର୍ଷ ମହିଳାଙ୍କ ଦ୍ବାରା ‌ଯୌନ ଶୋଷଣର ଶିକାର ହୋଇଥିଲେ। ମହିଳା ଜଣକ ନାବାଳକ ଜଣଙ୍କୁ ଦୀର୍ଘ ଦିନ ଧରି ଯୌନ ନିର୍ଯାତନା ଦେଇ ଆସୁଥିଲେ। ଏବେ ସେ ସେହି ନାବାଳକର ସନ୍ତାନର ମାଆ ବନିବାକୁ ଯାଉଛନ୍ତି।

ଯେତେବେଳେ ଜଣେ ବ୍ୟକ୍ତି ଏହି ଘଟଣା ସଂପର୍କରେ ଷ୍ଟେଟ୍‌ ଶିଶୁ ନିର୍ଯାତନା ହଟ୍‌ଲାଇନ୍‌କୁ ସୂଚନା ଦେଲେ ସେତେବେଳେ ଯାଇ ଘଟଣାଟି ଲୋକଲୋଚନକୁ ଆସିଲା। ମହିଳା ବ୍ରିଟିନି ଗ୍ରେ ନାବାଳକର ସନ୍ତାନର ଗର୍ଭବତୀ ହେବା ପରେ ଏହି ଘଟଣାକୁ ନେଇ ଖୋଳତାଢ଼ ଆରମ୍ଭ ହୋଇଛି।

ଗତ ସେପ୍ଟେମ୍ବରରେ ଜଣେ ସାକ୍ଷୀ ମହିଳା ଜଣଙ୍କୁ ନାବାଳିକାକୁ ଦୁଷ୍କର୍ମ କରୁଥିବାର ନିଜ ଆଖିରେ ଦେଖିଥିଲେ ବୋଲି ବୟାନ ଦେଇଛନ୍ତି। ସେ ପୁଲିସ୍‌ରେ ନିଜର ବୟାନ ଦେଇ କହିଛନ୍ତି ଯେ ବ୍ରିଟିନି ଗ୍ରେ ୧ ବର୍ଷରୁ ଊର୍ଧ୍ବ ହେବ ନାବାଳକଙ୍କ ସହ ଯୌନ ସଂପର୍କ ରଖି ଆସୁଥିଲେ।

ମହିଳା ଜଣକ ଗର୍ଭବତୀ ଅଛନ୍ତି ବୋଲି ପୁଲିସ୍‌ ସ୍ପଷ୍ଟ୍‌ କରିବା ସହ ଏ ନେଇ ତଦନ୍ତ ଆରମ୍ଭ କରିଛି। ଗତ ୧ ତାରିଖରେ ମହିଳାଙ୍କୁ ଗିରଫ କରାଯାଇଥିଲା। ସେ ୫୦୦୦ ଡଲାର୍‌ ଦାଖଲ କରିବା ପରେ ଗୁରୁବାର ତାଙ୍କୁ ଜାମିନ୍‌ ମିଳିଛି। ସେ ଏପ୍ରିଲ୍‌ ୨୩ ତାରିଖରେ ପୁଣି କୋର୍ଟରେ ତାଙ୍କର ପରବର୍ତ୍ତୀ ଶୁଣାଣି ପାଇଁ ହାଜର ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe