ନିଜ ନବଜାତକ ଶିଶୁ କନ୍ୟାର ମୃତ୍ୟୁ ହେବା ପରେ ହସ୍ପିଟାଲ୍‌ ଛାତରୁ ଡେଇଁ ଜୀବନ ଦେଲେ ମହିଳା

Advertisment
ନିଜ ନବଜାତକ ଶିଶୁ କନ୍ୟାର ମୃତ୍ୟୁ ହେବା ପରେ ହସ୍ପିଟାଲ୍‌ ଛାତରୁ ଡେଇଁ ଜୀବନ ଦେଲେ ମହିଳା

(Photo Credits: ANI)

ବରେଲି: ଉତ୍ତରପ୍ରଦେଶର ବରେଲିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବରେଲିର ଜିଲ୍ଲା ହସ୍ପିଟାଲ୍‌ରେ ଜଣେ ପ୍ରସୂତୀ ନିଜର ନବଜାତ ଶିଶୁ କନ୍ୟାକୁ ଜନ୍ମ ଦେବାର ସପ୍ତାହ ପରେ ଶିଶୁଟିର ମୃତ୍ୟୁ ଘଟିଥିବାରୁ ୨୨ ବର୍ଷୀୟା ମହିଳା ଜଣକ ହସ୍ପିଟାଲ୍‌ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏ ସଂପର୍କରେ ଜିଲ୍ଲା ହସ୍ପିଟାଲ୍‌ର ଚିଫ୍‌ ମେଡିକାଲ୍‌ ସୁପରିଟେଣ୍ଡେଣ୍ଟ୍‌ ଅଲ୍‌କା ଶର୍ମା କହନ୍ତି, ‘ଗତ ସପ୍ତାହରେ ମହିଳା ଜଣକ ତାଙ୍କ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ମାତ୍ର ନବଜାତକଟିର ଜନ୍ମ ହେବାର ସାତ ଦିନରେ ମୃତ୍ୟୁ ଘଟିଥିଲା। ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବାକୁ ମାତ୍ର କିଛି ସମୟ ବାକି ଥାଏ। ଅଚାନକ ନିଜ ଝିଅର ମୃତ୍ୟୁକୁ ମହିଳା ସହଜରେ ଗ୍ରହଣ କରିପାରିଲେ ନାହିଁ। ଫଳରେ ସେ ଭାରସାମ୍ୟ ହରାଇ ହସ୍ପିଟାଲ୍‌ ଛାତକୁ ଯାଇ ଡେଇଁ ପଡ଼ି ଆତ୍ମହତ୍ୟା କରିଛନ୍ତି।’

ମହିଳା ଜଣକ ହସ୍ପିଟାଲ୍‌ର ତୃତୀୟ ମହଲା ଛାତକୁ ଯାଇ ସେଠାରୁ ତଳକୁ ଡେଇଁ ପଡ଼ିବା ପରେ ତାଙ୍କର ଜୀବନ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe