୧୪ବର୍ଷୀୟ ଝିଅ ସହ ଦୁଷ୍କର୍ମ କରିବା ପରେ ଭୁଲ ବୁଝି ପାରି ଆତ୍ମହତ୍ୟା କଲା ବାପା

Advertisment
୧୪ବର୍ଷୀୟ ଝିଅ ସହ ଦୁଷ୍କର୍ମ କରିବା ପରେ ଭୁଲ ବୁଝି ପାରି ଆତ୍ମହତ୍ୟା କଲା ବାପା

indiatoday.in

ନୂଆଦିଲ୍ଲୀ : ସୋମବାର ଜଣେ ଯୁବକ ନିଜକୁ ଦୋଷୀ ବୋଲି ଭାବି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ନିଜର ୧୪ବର୍ଷୀୟ ଝିଅ ସହ ଦୁଷ୍କର୍ମ କରିବାର ସପ୍ତାହ ପରେ ନିଜର ଭୁଲ ବୁଝି ପାରି ଅଭିଯୁକ୍ତ ଏପରି ପଦକ୍ଷେପ ନେଇଥିଲା । ନିଶାଗ୍ରସ୍ତ ଥିବା ସମୟରେ ଅଭିଯୁକ୍ତ ଏଭଳି ଅପରାଧ କରିଥିବା ବେଳେ ପରେ ନିଜର ଭୁଲ ବୁଝି ପାରିଥିଲା । ପରେ ତାଙ୍କ ଅପରାଧ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିଲା । ଘଟଣାଟି ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଘଟିଥିବା ଜଣାପଡ଼ିଛି ।

publive-image Mid-Day

ସୂଚନା ମୁତାବକ, ସପ୍ତାହକ ପୂର୍ବରୁ ଅଭିଯୁକ୍ତ ନିଜ ଝିଅକୁ ଜଙ୍ଗଲକୁ କାଠ ଆଣିବାକୁ ଡ଼ାକି ନେଇ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ କାହାକୁ ନ ଜଣାଇବା ପାଇଁ ଅଭିଯୁକ୍ତ ପୀଡ଼ିତାକୁ ଧମକ ଦେଇଥିବା ବେଳେ ପୀଡ଼ିତା ନିଜ ମା’ଙ୍କୁ ସବୁ ଘଟଣା ଜଣାଇଥିଲେ । ସବୁ ଜାଣି ନିଜ ସ୍ୱାମୀକୁ ଏ ନେଇ ପଚାରିବା ପରେ ପୀଡ଼ିତାଙ୍କ ମା’କୁ ମଧ୍ୟ ଧମକାଇଥିଲା ଅଭିଯୁକ୍ତ । ଏହା ପରେ ପୀଡ଼ିତାଙ୍କ ମା’ ପୂରା ଘଟଣା ବିଷୟରେ ନିଜ ଭାଇକୁ ଜଣାଇଥିଲେ । ସବୁ ଶୁଣିବା ପରେ ଦୁହେଁ ଯାଇ ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗ କରାଯାଇଥିବା ଜାଣି ପୀଡ଼ିତାଙ୍କ ବାପା ଘରୁ ଫେରାର ହୋଇ ଯାଇଥିଲା । କିଛି ଦିନ ଫେରାର ରହିବା ପରେ ନିଜର ଭୁଲ ବୁଝିପାରି ସୋମବାର ଘରକୁ ଫେରି ଆସିଥିଲା ଅଭିଯୁକ୍ତ। ଅଭିଯୁକ୍ତକୁ ଘରକୁ ଆସୁଥିବା ଦେଖି ତାଙ୍କ ଭାଇ ପୁଲିସକୁ ଜଣାଇଥିଲା। ପୁଲିସ ନିଜ ଟିମ୍‌ ସହ ଘରେ ପହଞ୍ଚିବା ବେଳକୁ ଅଭିଯୁକ୍ତ ସିଲିଙ୍ଗ୍‌ ଫ୍ୟାନ୍‌ରେ ରସି ଲଗାଇ ଆତ୍ମହତ୍ୟା କରି ସାରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe