ସ୍ତ୍ରୀକୁ ଗାଳି କରିବାରୁ ବାପାକୁ ନିର୍ମମ ଭାବେ ହତ୍ୟା କଲା ପୁୁଅ

ସ୍ତ୍ରୀକୁ ଗାଳି କରିବାରୁ ବାପାକୁ ନିର୍ମମ ଭାବେ ହତ୍ୟା କଲା ପୁୁଅ

timesnownews

ମିରଟ: ସ୍ତ୍ରୀ ପାଇଁ ବାପାକୁ ହତ୍ୟା କଲା ପୁଅ। ସ୍ତ୍ରୀକୁ ଗାଳି କରିବାରୁ ପ୍ରଥମେ ବେକ ଚିପି ହତ୍ୟା କରିବା ସହ ପରେ ପଥରରେ ମୁହଁକୁ ଛେଚି ନଷ୍ଟ କରିଦେଇଥିଲା ପୁଅ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ମିରଟରେ। ଘର ତିଆରି କରିବା କାମ କରୁଥିବା ପୀଡ଼ିତଙ୍କୁ ତାଙ୍କ ପୁଅ ଜାନୁଆରି ୧୯ରେ ହତ୍ୟା କରିଥିବା ଜଣାପଡ଼ିଛି। ଗାଁ ବାହାରେ ପୀଡ଼ିତଙ୍କ ମୃତଦେହ ମିଳିବା ବେଳେ ପୁଲିସ ଅଭିଯୁକ୍ତ ପୁଅ ଏବଂ ପୁଅର ଶଳାକୁ ଗିରଫ କରିଛି।

ପୁଲିସର କହିବା ମୁତାବକ, ହତ୍ୟା ଅଭିଯୋଗ ଆସିବା ପରେ ପ୍ରଥମେ ସନ୍ଦେହ କରି ଅଭିଯୁକ୍ତ ପୁଅକୁ ହେପାଜତକୁ ନିଆଯାଇଥିଲା। ପଚରାଉଚରା ପରେ ଅଭିଯୁକ୍ତ ସବୁ ସତ ମାନିଥିଲା। ମୃତ ବାପା ସବୁବେଳେ ମଦ ପିଇ ଆସି ସ୍ତ୍ରୀକୁ ଗାଳି କରୁଥିବାରୁ ମୁଁ ବାପାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରିବା ସହ ପରେ ତାଙ୍କ ମୁହଁକୁ ପଥରରେ ଛେଚି ଦେଇଥିଲି ବୋଲି କହିଥିଲା।

ତେବେ ସ୍ତ୍ରୀ ପାଇଁ ପୁଅ କରଜରେ ବୁଡ଼ି ରହିଥିବା ଅଭିଯୋଗ କରି ମୃତକ ସବୁବେଳେ ଝଗଡ଼ା କରୁଥିଲେ ବୋଲି ଜଣାପଡ଼ିଛି। ଏମିତି କି ବୋହୂର ପରିବାରକୁ ମଧ୍ୟ ଘରକୁ ଆସିବାକୁ ମନା କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe