କମଲେଶ ତିୱାରୀ ହତ୍ୟା ମାମଲାରେ ୧୩ ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କଲା ୟୁପି ପୁଲିସ୍‌

Advertisment
କମଲେଶ ତିୱାରୀ ହତ୍ୟା ମାମଲାରେ ୧୩ ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କଲା ୟୁପି ପୁଲିସ୍‌

Amar Ujala

ଲକ୍ଷ୍ନୌ: ହିନ୍ଦୁ ସମାଜବାଦୀ ପାର୍ଟି ନେତା କମଲେଶ ତିୱାରୀ ହତ୍ୟା ମାମଲାରେ ଉତ୍ତରପ୍ରଦେଶ ପୁଲିସ୍‌ ୧୩ ଜଣ ଅଭିଯୁକ୍ତଙ୍କ ନାମରେ ଅଭିଯୋଗ ଫର୍ଦ୍ଦ(ଚାର୍ଜସିଟ୍‌) ଦାଖଲ କରିଛି।

ଅକ୍ଟୋବର ୧୮ ତାରିଖରେ କମଲେଶଙ୍କୁ ଲକ୍ଷ୍ନୌର ନାକା ଅଞ୍ଚଳରେ ଗୁଳି କରାଯାଇଥିଲା। ସେ ଗୁରୁତର ଭାବେ ଆହତ ହେବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଥିଲା। ହସ୍ପିଟାଲ୍‌ରେ ଚିକିତ୍ସଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

କମଲେଶ ତିୱାରୀ ହତ୍ୟା ମାମଲାରେ ସଂପୃକ୍ତ ଥିବା ୧୩ ଜଣଙ୍କ ମଧ୍ୟରୁ ଅସରଫ୍ ଏବଂ ‌ମୌଇନୁଦ୍ଦିନଙ୍କ ନାମରେ ହତ୍ୟା ଅଭିଯୋଗ ରହିଛି।

କମଲେଶ ତିୱାରୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆତିଦ୍ୟନାଥ ତାଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି।

publive-image LatestLY

ମୁଖ୍ୟମନ୍ତ୍ରୀ ଯୋଗୀ ନିକଟ ଅତୀତରେ କମଲେଶଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଯୋଗୀ ତାଙ୍କ ସରକାରୀ ବାସଭବନରେ କମଲେଶଙ୍କ ମାଆ, ପତ୍ନୀ ଏବଂ ତିନି ପୁଅଙ୍କ ସହିତ ୩୦ ମିନିଟ୍ ଧରି ଆଲୋଚନା କରି ସେମାନଙ୍କୁ ଶାନ୍ତ୍ବନା ଦେଇଥିଲେ।

ବୈଠକ ପରେ କମଲେଶଙ୍କ ପତ୍ନୀ କିରନ୍ ତିୱାରୀ କହିଥିଲେ କି ତାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ପରିବାର ପକ୍ଷରୁ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି ହୋଇଥିଲା। ଦୋଷୀମାନଙ୍କୁ ଦଣ୍ଡିତ କରାଯିବା ନେଇ ଯୋଗୀ ପ୍ରତିଶ୍ରୁତି ଦେଇଥିଲେ ବୋଲି କିରନ୍ ଗଣମାଧ୍ୟମରେ ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe