Photo Credit: Getty Images
ଗଜିଆବାଦ୍: ଗଜିଆବାଦ୍ର ଇନ୍ଦ୍ରପୁରମ୍ ଅଞ୍ଚଳରେ ସ୍ପା ସେଣ୍ଟର୍ରେ ସେକ୍ସ ରାକେଟ୍ ଚାଲୁଥିବା ସୋମବାର ଅଭିଯୋଗ ହୋଇଛି। ସୂଚନା ପାଇବା ପରେ ପୁଲିସ୍ ଉକ୍ତ ସ୍ପା ସେଣ୍ଟର୍ରେ ଚଢ଼ଉ କରି ଅନେକ ହାଇ ପ୍ରୋଫାଇଲ୍ ଗରାଖ ଓ ସ୍ପା ସେଣ୍ଟର୍ରେ ଦେହ ବ୍ୟବସାୟ ଚଳାଇଥିବା ମାଷ୍ଟର୍ ମାଇଣ୍ଡକୁ ଚିହ୍ନଟ କରିଛି।
ପୁଲିସ୍ ରିପୋର୍ଟ ମୁତାବକ, ଏହି କାରବାରରେ ସଂପୃକ୍ତ ଥିବା ୧୯ ଜଣ ପୁରୁଷ ଓ ୧୦ ଜଣ ମହିଳା ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଜଣକ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିବା ଅବସ୍ଥାରେ ପୁଲିସସ୍ ହାତରେ ଧରା ପଡ଼ିଛନ୍ତି।
India TVପୁଲିସ୍ ସୂଚନା ଦେଇ କହିଛି ଯେ ଏହି ସେକ୍ସ ରାକେଟ୍ ଇନ୍ଦ୍ରପୁରମ୍ର ନିତିଖଣ୍ଡ ଅଞ୍ଚଳରେ ଦୀର୍ଘ ଦିନ ହେବ ଚାଲି ଆସୁଛି। ସବ୍-ଡିଭିଜିନାଲ୍ ମାଜିଷ୍ଟ୍ରେଟ୍ଙ୍କ ସହ ମିଶି ପୁଲିସ୍ ସଂପୃକ୍ତ ଅଞ୍ଚଳର ସମୁଦାୟ ୩ଟି ସ୍ପା ସେଣ୍ଟର୍ରେ ଚଢ଼ଉ କରିଥିଲା। ପୁଲିସ୍ ସେହି ସେଣ୍ଟର୍ଗୁଡ଼ିକରୁ ଅନେକ ଗୁଡ଼ିଏ ଆପତ୍ତିଜନତ ଦ୍ରବ୍ୟ ଜବତ କରିବା ପରେ ସେ ସମସ୍ତ ସ୍ପା ସେଣ୍ଟର୍କୁ ସିଲ୍ କରି ଦେଇଛି।
ପୁଲିସ୍ ସୂଚନା ଦେଇ କହିଛି ଯେ ଏହି ସେଣ୍ଟରଗୁଡ଼ିକରେ ବିଭିନ୍ନ ଦରରେ ଦେହଜୀବୀମାନେ ନିଜକୁ ବିକ୍ରି କରିଥାନ୍ତି। ୮୦୦ ଟଙ୍କାରୁ ନେଇ ୩୦୦୦ ଟଙ୍କା ପର୍ଯ୍ୟନ୍ତ ସେଠାରେ ବେପାର ଚାଲେ।
Follow Us