ଉତ୍ତରପ୍ରଦେଶ ବିଧାନସଭା ନିକଟରେ ପୂର୍ବତନ ବିଜେପି ବିଧାୟକଙ୍କ ପୁଅକୁ ଗୁଳିମାରି ହତ୍ୟା

ଉତ୍ତରପ୍ରଦେଶ ବିଧାନସଭା ନିକଟରେ ପୂର୍ବତନ ବିଜେପି ବିଧାୟକଙ୍କ ପୁଅକୁ ଗୁଳିମାରି ହତ୍ୟା

Image Courtesy of NDTV

ଲକ୍ଷ୍ନୌ: ଶନିବାର ରାତିରେ ବିଜେପି ନେତା ତଥା ପୂର୍ବତନ ବିଧାୟକଙ୍କ ପୁଅକୁ ଲକ୍ଷ୍ନୌର କସମନ୍ଦା ହାଉସ୍‌ ନିକଟରେ ଗୁଳି ମାରି ହତ୍ୟା କରାଯାଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟ ଏବଂ ଉତ୍ତର ପ୍ରଦେଶ ବିଧାନସଭା ଠାରୁ ଘଟଣାସ୍ଥଳର ଦୂରତା ପ୍ରାୟ ୩୦୦ ମିଟର।

ପୂର୍ବତନ ଦୋମାରିଆଗଞ୍ଜ ବିଧାୟକ ପ୍ରେମ ପ୍ରକାଶ ତିଓ୍ଵାରି ଓରଫ୍‌ ଜିପି ତିଓ୍ଵାରିଙ୍କ ୩୬ ବର୍ଷିୟ ପୁଅ ବୈଭବ ତିଓ୍ଵାରିଙ୍କୁ ତାଙ୍କ କସ୍‌ମନ୍ଦା ହାଉସ୍‌ରୁ କିଛି ପରିଚିତ ବ୍ୟକ୍ତି ଡାକି ନେଇଥିଲେ ବୋଲି ଲକ୍ଷ୍ନୌ ଜୋନ୍‌ର ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ଅଭୟ ପ୍ରସାଦ କହନ୍ତି।

କୌଣସି କାରଣରୁ ବାଦବିବାଦ ହେବ ପରେ ବୈଭବଙ୍କୁ ଗୁଳି ମରାଯାଇଥିଲା ବୋଲି ସେ କହନ୍ତି।

୧୯୮୯, ୧୯୯୧ ଏବଂ ୧୯୯୩ ମସିହାରେ ଜିପି ତିଓ୍ଵାରି ଦୋମାରିଆଗଞ୍ଜରୁ ବିଜେପି ବିଧାୟକ ହୋଇଥିଲେ। ୨୦୧୪ ମସିହାରେ ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। କିନ୍ତୁ, ଏ ବର୍ଷ ବିଧାନସଭା ନିର୍ବାଚନରେ ସେ ବିଜେପି ସପକ୍ଷରେ ପ୍ରଚାର ଅଭିଯାନ ଚଳାଇଥିଲେ।
ବୈଭବ ତାଙ୍କର ଏକମାତ୍ର ପୁତ୍ର ଏବଂ ସେ ଅବ୍ରାହ୍ମଣ ଜାତିରେ ପ୍ରେମ ବିବାହ କରିଥିଲେ। ତଦନ୍ତ ଚାଲିଛି ବୋଲି ପୁଲିସ କହୁଛି। ସମ୍ପ୍ରତି ଉତ୍ତର ପ୍ରଦେଶ ବିଧାନସଭା ଅଧିବେଶନ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe