ଏନ୍‌ଏଚ୍‌ରେ ଝାମ୍ପିନେଲେ ଭ୍ୟାନିଟି

Advertisment
ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରି ଝାମ୍ପିନେଲେ ସୁନା ଚେନ

ଖଣ୍ଡଗିରି: ଶନିବାର ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ସେ ହେଲେ ଯାଁଳା ଫାଣ୍ଡି ଅନ୍ତର୍ଗତ କାଇମାଟିଆ ଅଞ୍ଚଳରେ ରହୁଥିବା ସମିତା ପାଣିଗ୍ରାହୀ। ୨ଟି ହାର, ଗୋଟିଏ ଚେନ୍‌, ଦୁଇଟି ମୁଦି, ୫ ହଳ କାନଫୁଲ ଓ ୬୦ ହଜାର ଟଙ୍କା ଥିବା ଭ୍ୟାନିଟି ବ୍ୟ‌ାଗ୍‌କୁ ତାଙ୍କ ହାତରୁ ଦୁର୍ବୃତ୍ତମାନେ ଝାମ୍ପି ନେଇଛନ୍ତି। ସୂଚନାନୁସାରେ ସମିତ‌ା ଯାଁଳା ଫାଣ୍ଡି ଅନ୍ତର୍ଗତ କାଇମାଟିଆ ଅଞ୍ଚଳରେ ଏକ ନୂଆ ଘର କରି ରହିଛନ୍ତି। ଉକ୍ତ କଲୋନିରେ ବାରମ୍ବାର ଚୋରି ହେଉଥିବାରୁ ସେ ସାଙ୍ଗରେ ସବୁତକ ଗହଣା ଓ ଟଙ୍କା ନେଇ ପୁରୁଣା ଭୁବନେଶ୍ବରରେ ରହୁଥିବା ତାଙ୍କ ବଡ଼ ଭଉଣୀଙ୍କ ଘରକୁ ଯାଇଥିଲେ। ତାଙ୍କ ସ୍ବାମୀ ପୂର୍ବରୁ କାଇମାଟିଆ ଫେରି ଆସିଥିବା ବେଳେ ସମିତା ତାଙ୍କ ବଡ଼ ଭିଣୋଇ ଦୀପ୍ତିରାଜ ଆଚାର୍ଯ୍ୟଙ୍କ ସହ ସନ୍ଧ୍ୟାରେ ଘରକୁ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାବେଳେ ସେମାନେ ଗୋହିରା ଛକରେ ପହଞ୍ଚିଥିବା ବେଳେ ଏହି ଲୁଟ୍‌ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe