ନକଲି ଟୁରିଷ୍ଟ ଗାଇଡ୍‌ ସାଜି ବିଦେଶୀ ଯୁବତୀଙ୍କ ସହ ଦୁଷ୍କର୍ମ କଲା ଯୁବକ

ନକଲି ଟୁରିଷ୍ଟ ଗାଇଡ୍‌ ସାଜି ବିଦେଶୀ ଯୁବତୀଙ୍କ ସହ ଦୁଷ୍କର୍ମ କଲା ଯୁବକ

ବାରାଣାସୀ: ବାରାଣାସୀରେ ଜଣେ ଯୁବକ ନକଲି ଟୁରିଷ୍ଟ ଗାଇଡ୍‌ ସାଜି ଜଣେ କାନାଡର ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିବା ଘଟଣା ଲୋକଲୋଚନକୁ ଆସିଛି। କାନାଡର ପୀଡ଼ିତା ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ସେ ଗତ ଜାନୁଆରି ୧୬ ତାରିଖରେ ବାରାଣାସୀ ଆସିଥିଲେ ଓ ନଗ୍‌ଓ୍ଵା ସ୍ଥିତ ଗେଷ୍ଟ ହାଉସ୍‌ରେ ରହୁଥିଲେ। ଗତ ଜାନୁଆରି ୨୯ ତାରିଖରେ ସେ ଭ୍ରମଣ କରୁଥିବା ବେଳେ ଜଣେ ଟୁରିଷ୍ଟ ଗାଇଡଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ସେ ହେଲେ ଚନ୍ଦୌଲି ଜିଲ୍ଲାର ପିଡିୟ ନଗର ଥାନା ଅଞ୍ଚଳର ଅଜୟ।

publive-image
ବିଦେଶୀ ଯୁବତୀଜଣକ ଅଜୟକୁ ଗାଆଁ ଦେଖିବାର ଇଚ୍ଛା ପ୍ରକାଶ କରିଥିଲେ। ଏହାପରେ ଫେବୃଆରି ୬ ତାରିଖରେ ଅଜୟ ନିଜର ଗାଆଁକୁ ବିଦେଶୀ ଯୁବତୀଙ୍କୁ ସାଙ୍ଗରେ ନେଇ ଯାଇଥିଲା। ସେଠାରେ ଅଜୟ ବିଦେଶୀ ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିଲା ଓ ତାଙ୍କୁ ବାରାଣାସୀରେ ଆଣି ଛାଡ଼ି ଦେଇଥିଲା। ଗତକାଲି ଅସି ଘାଟରେ ପୁଣି ଅଜୟ ଉକ୍ତ ଯୁବତୀଙ୍କ ପିଛା କରିଥିଲା। ସେତେବେଳେ ଯୁବତୀ ଜଣକ ଚିତ୍କାର କରିଥିଲେ। ତା’ପରେ ଲୋକ ଅଜୟକୁ ଧରି ପୁଲିସ ଜିମା ଦେଇଥିଲେ। ବିଦେଶୀ ଯୁବତୀଜଣକ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ତାକୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe