ନାଳପାଣିରେ ଲାଉକୁ ଧୋଇବା ପରେ ଟ୍ରକରେ ବିକ୍ରି ପାଇଁ କରାଯାଉଛି ଲୋଡ

Advertisment

ଜମିରୁ ତୋଳା ହୋଇ ଅଣାଯିବା ପରେ ନାଳପାଣିରେ ଲାଉରେ ଲାଗିଥିବା କାଦୁଅକୁ ସଫା କରିବା ପରେ ଟ୍ରକରେ ବିକ୍ରି ପାଇଁ କରାଯାଉଛି ଲୋଡ। ଭିଡିଓ ଭାଇରାଲ ପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଲୋକେ।

ଜମିରୁ ତୋଳା ହୋଇ ଅଣାଯିବା ପରେ ନାଳପାଣିରେ ଲାଉରେ ଲାଗିଥିବା କାଦୁଅକୁ ସଫା କରିବା ପରେ ଟ୍ରକରେ ବିକ୍ରି ପାଇଁ କରାଯାଉଛି ଲୋଡ। ଭିଡିଓ ଭାଇରାଲ ପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଲୋକେ।

New Project (6)

ନୂଆଦିଲ୍ଲୀ: ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଅନେକ ବିଶେଷଜ୍ଞ ସବୁବେଳେ ଲୋକଙ୍କୁ ଫ୍ରିଜରେ ରଖିବା ପରିବର୍ତ୍ତେ ବଜାରରୁ ତାଜା ପନିପରିବା କିଣି ଖାଇବାକୁ ପରାମର୍ଶ ଦେଇ ଥାଆନ୍ତି। 

ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଘୁରି ବୁଲୁଛି। ଯେଉଁଥିରେ  ଚାଷଜମିରୁ  ବିପୁଳ ପରିମାଣରେ ଲାଉ ସଂଗ୍ରହ କରି ରାସ୍ତାକୁ ଅଣାଯାଇଥିବା ଦେଖିବାକୁ ମିଳୁଛି। ଏହାପରେ ସେଠାରେ ଏକ ଟ୍ରକ୍ ଠିଆ ହୋଇଛି, ଯାହା ଉପରେ ଏହି ଲାଉଗୁଡ଼ିକୁ ଲୋଡ୍ କରାଯାଉଛି।  ତେବେ ଟ୍ରକରେ ଲାଉ ରଖାଯିବା ପୂର୍ବରୁ ଏହାକୁ ଜଣେ ବ୍ୟକ୍ତି ଡ୍ରେନ୍ ପାଣିରେ ଧୋଇ ଲାଗିଥିବା କାଦୁଅ ସବୁକୁ ସଫା କରି ଅନ୍ୟ ଜଣଙ୍କୁ ଦେଉଛନ୍ତି। ତା’ପରେ ଉକ୍ତ ବ୍ୟକ୍ତି ଜଣକ ଟ୍ରକରେ ଲାଉଗୁଡ଼ିକୁ ସଜାଇ ରଖୁଛନ୍ତି।

ଏହି ଭିଡିଓ ଦେଖି ଆପଣମାନେ ବି ସାବଧାନ ହୋଇଯିବା ଉଚିତ। ପରିବାର ବଜାରକୁ କିଣି ଘରକୁ ଆଣିବା ପରେ ତାହାକୁ ପରିସ୍କାର ପରିଚ୍ଛନ ଭାବେ ଧୋଇବା ପରେ ଯାଇ ରୋଷେଇ ପାଇଁ ବ୍ୟବହାର କରନ୍ତୁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe