ନୂଆଦିଲ୍ଲୀ: କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ସାବଧାନତା ଅବଲମ୍ବନ କରିବାକୁ ବାରମ୍ବାର ଯାତ୍ରୀଙ୍କୁ ସତର୍କ କରାଯାଉଛି। ବିଶେଷ ଭାବେ ଟ୍ରେନ ଯାତ୍ରା କରିବା ସମୟରେ ଅଜଣା ଲୋକଙ୍କ ଠାରୁ କୌଣସି ଖାଦ୍ୟ ଖାଇବାକୁ ମନା କରାଯାଇଥାଏ। ଏଥିସହିତ ଟ୍ରେନରେ ଯଦି କୌଣସି ସାମଗ୍ରୀ କିଣୁଛନ୍ତି ତେବେ ଏଥିପ୍ରତି ଯତେଷ୍ଟ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଥାଏ। ନିକଟରେ ଟ୍ରେନରେ ଜଣେ ଯୁବକ ପାୱାର ବ୍ୟାଙ୍କ ଭିତରେ ମାଟି ପୁରାଇ ବିକ୍ରି କରୁଥିବାର ଘଟଣା ସାମ୍ନାକୁ ଆସିଛି।
ଏହି ଭିଡିଓରେ ସୋସିଆଲ ମିଡିଆ ବ୍ୟବହାରକାରୀ ସ୍କେମ ୨୦୨୪ କହିଛନ୍ତି, ‘ ବିକ୍ରେତା ଟ୍ରେନରେ ଆସି ଜଣେ ଯାତ୍ରୀଙ୍କୁ ପଚାରୁଛନ୍ତି ତୁମକୁ ପାୱାର ବ୍ୟାଙ୍କ ଆବଶ୍ୟକ କି?
ଯାତ୍ରୀ ଜଣକ କହିଥିଲେ ପାୱାର ବ୍ୟାଙ୍କ ଅସଲି ତ? ଏହାପରେ ବିକ୍ରେତା କହିଥିଲେ ମୋ ପାଖରେ ୫୦୦ରୁ ୫୫୦ଟଙ୍କା ପର୍ଯ୍ୟନ୍ତ ଥିବା ସମସ୍ତ ପାୱାର ବ୍ୟାଙ୍କ ଅସଲି। ଆପଣଙ୍କୁ ମୁଁ ୩୦୦ ଟଙ୍କାରେ ଦେବାକୁ ରାଜି ଅଛି।
ଏହାପରେ ଯାତ୍ରୀ ଜଣକ ପାୱାର ବ୍ୟାଙ୍କ ଖୋଲି ଦେଖିଲା ପରେ ସେଥିରେ ମାଟି ଭର୍ତ୍ତି ଥିଲା। ଏହ ଦୃଶ୍ୟ ଦେଖି ବିକ୍ରେତା ବିଚଳିତ ହୋଇପଡ଼ି ଯାତ୍ରୀଙ୍କ ଠାରୁ ପାୱାର ବ୍ୟାଙ୍କ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ।’
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ଉକ୍ତ ବିକ୍ରେତାଙ୍କ ପ୍ରତି କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏଥିସହିତ ଉକ୍ତ ବିକ୍ରେତାଙ୍କୁ ଗିରଫ କରି ସେ କେଉଁ ଗ୍ୟାଙ୍ଗରେ ସାମିଲ ଅଛନ୍ତି। ତାଙ୍କ ସହିତ ଆଉ କିଏକିଏ ଅଛନ୍ତି ସେଦିଗରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ପୁଲିସକୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2024/06/56ad1e30-195a-40dc-8f2a-747470a3855d-1.jpeg)