ଜୀବନ ହାରିବାର ଭିଡିଓ ପୋଷ୍ଟ କରିଥିବା ଯୁବକଙ୍କୁ ୨୦ମିନିଟରେ ଉଦ୍ଧାର କଲା ପୁଲିସ

Advertisment

ଉତ୍ତରପ୍ରଦେଶର ରାଏବରେଲି ଜିଲ୍ଲାରେ ପୁଲିସର ସତର୍କତା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜୀବନ ହାରିବାକୁ ଯାଉଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା ପାଇଯାଇଛି। ଉଦ୍ଧାର ହୋଇଥିବା ଯୁବକଙ୍କ ନାମ ଶିବମ।

Updated On

ଉତ୍ତରପ୍ରଦେଶର ରାଏବରେଲି ଜିଲ୍ଲାରେ ପୁଲିସର ସତର୍କତା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜୀବନ ହାରିବାକୁ ଯାଉଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା ପାଇଯାଇଛି। ଉଦ୍ଧାର ହୋଇଥିବା ଯୁବକଙ୍କ ନାମ ଶିବମ।

ଅଦ୍ୟତନ ହୋଇଛି
Neert(33)

ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଏବରେଲି ଜିଲ୍ଲାରେ ପୁଲିସର ସତର୍କତା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜଣେ ଯୁବକଙ୍କ ଜୀବନ ରକ୍ଷା ପାଇଯାଇଛି। ଉଦ୍ଧାର ହୋଇଥିବା ଯୁବକଙ୍କ ନାମ ଶିବମ।

ଶିବମ୍ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ସେ କହିଥିଲେ, ‘ପୂର୍ବତନ ଗ୍ରାମମୁଖ୍ୟ ବବଲୁ କୁଶୱାହା ଏବଂ ତାଙ୍କ ପୁଅମାନେ ମୋତେ ହଇରାଣ କରୁଥିବାରୁ ମୁଁ ଜୀବନ ହାରିବାକୁ ଯାଉଛି। କେବଳ ଏତିକି ନୁହେଁ କୁଶୱାହା ଏବଂ ତାଙ୍କ ପୁଅ ରିଙ୍କୁ ଏବଂ ପିଣ୍ଟୁ ମୋତେ ଧମକ ଦେବା ସହିତ ଅନେକ ଦିନ ହେବ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି। ମୋର ଜୀବନ ଚାଲିଯିବା ପଛରେ ବବଲୁ ପ୍ରଧାନ ଏବଂ ତାଙ୍କ ପୁଅମାନେ ଦାୟୀ ରହିବେ।

ମୁଁ ଏକ ଗରିବ ମଧ୍ୟବିତ୍ତ ପରିବାରର ଲୋକ। କିନ୍ତୁ ଲୋକମାନେ ମୋତେ ଗୁଣ୍ଡା କହୁଛନ୍ତି। ଯାହାକୁ ମୁଁ ସହ୍ୟ କରି ପାରୁ ନାହିଁ। ପୂର୍ବରୁ ମୁଁ ଜେଲ ଯାଇଥିଲି କିନ୍ତୁ ନିର୍ଦ୍ଦୋଷ ଥିବାରୁ ମୋତେ ମୁକ୍ତ କରାଯାଇଥିଲା। ତଥାପି, ମୋତେ ଲଗାତାର ଧମକ ଦିଆଯାଉଛି। ଯାହା ଯୋଗୁଁ ମୁଁ ମାନସିକ ଭାରସାମ୍ୟ ହରାଇ ଦେଇଛି।’

ଶିବମ ଏହି ଭିଡିଓ କରୁଥିବା ସମୟରେ ସେ ଥିବା ସ୍ଥାନର ସୂଚନା ମଧ୍ୟ ଦେଇଥିଲେ।  ଶିବମ ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରିବା ସଙ୍ଗେସଙ୍ଗେ ରାଏବରେଲି ପୁଲିସ ନଜରରେ ପଡ଼ି ଯାଇଥିଲା। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାତ୍ର ୨୦ ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ଶିବମଙ୍କୁ ଉଦ୍ଧାର କରିଥିଲା। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe