ଇନ୍ଦୋର: ମଧ୍ୟପ୍ରଦେଶର ବାନଗଙ୍ଗା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜକୁ ନିଜ ଛୁରୀ ଭୁସି ଦେଇଥିଲେ। ଆଉ ଏହି ଘଟଣା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ଗୋପାଳ ସୋଲାଙ୍କି ବୋଲି ଜଣାପଡ଼ିଛି।
ସମ୍ପୂର୍ଣ୍ଣ ଘଟଣାଟି ଇନ୍ଦୋର ବାନଗଙ୍ଗା ଥାନା ଅଧୀନସ୍ଥ ଗୋବିନ୍ଦ କଲୋନିରେ ଘଟିଛି। ଏଠାରେ ବସବାସ କରୁଥିବା ଗୋପାଳ ଓ ତାଙ୍କ ସାଙ୍ଗ ହୋଲିକା ଦହନ ପରେ ଖୁସିରେ ‘ନାୟକ ନେହିଁ, ଖଳନାୟକ ହୁଁ’ ଗୀତରେ ନାଚୁଥିଲେ । ଏହି ସମୟରେ ଗୋପାଳ ହାତରେ ଏକ ଛୁରୀ ବି ଧରିଥିଲେ।
ମଦ ନିଶାରେ ସେ ନିଜ ଛାତିରେ ଛୁରୀକୁ ଭୁସି ଦେଇଥିଲେ। ଛୁରାମାଡ଼ ପରେ ତାଙ୍କ ଛାତିରୁ ରକ୍ତସ୍ରାବ ହେଉଥିବା ଦେଖି ତାଙ୍କ ସହ ନାଚୁଥିବା ସାଥୀ ଓ ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲା।
ଗୋପାଳ ଷ୍ଟଣ୍ଟ କରି ନିଜକୁ ଛୁରୀ ଭୁସୁଥିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Follow Us