ବାଗଲକୋଟ୍: କର୍ଣ୍ଣାଟକର ବାଗଲକୋଟ୍ ଜିଲ୍ଲାରେ ଜଣେ ମହିଳା ଓକିଲଙ୍କୁ ତାଙ୍କର ପଡ଼ୋଶୀ ମାରଧର କରୁଥିବାର ଦୃଶ୍ୟସମ୍ବଳିତ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ତାଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।
Image Courtesy of India Todayଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ବିନାୟକ ନଗର ନିକଟ ରାସ୍ତାରେ ଶନିବାର ଅପରାହ୍ଣରେ ମହିଳା ଓକିଲ ସଙ୍ଗୀତାଙ୍କୁ ତାଙ୍କ ପଡ଼ୋଶୀ ମହାନତେଶ ଭୀଷଣ ରାଗିଯାଇ ଖୁବ୍ ଯୋର୍ରେ ଗୋଇଠା ଓ ଚଟକଣା ମାରୁଛନ୍ତି। ଚଟକଣା ଖାଇ ସଙ୍ଗୀତା ପଛକୁ ଫେରିଯାଉଥିବା ବେଳେ ମହାନତେଶ ତାଙ୍କ ପେଟରେ ଗୋଇଠା ମାରୁଛନ୍ତି। ମାଡ଼ରୁ ନିସ୍ତାର ପାଇବା ପାଇଁ ସଙ୍ଗୀତା ଗୋଟାଏ ପ୍ଲାଷ୍ଟିକ୍ ଚେୟାର୍ ଉଠାଇବା ବେଳେ ମହାନତେଶ ତାଙ୍କୁ ପୁଣି ଗୋଇଠା ଓ ଚଟକଣା ମାରୁଛନ୍ତି। ସଙ୍ଗୀତାଙ୍କ ହାତରୁ କିଛି କାଗଜ ମଧ୍ୟ ଖସି ପଡୁଛି। ଯନ୍ତ୍ରଣାରେ ଛଟପଟ ହେଉଥିବା ସଙ୍ଗୀତାଙ୍କୁ ସେ ପୂର୍ବଭଳି ଗୋଇଠା ଓ ଚାପୁଡ଼ା ମାରିବା ଅବ୍ୟାହତ ରଖୁଛନ୍ତି।
ଘଟଣା ସମୟରେ ସେଠାରେ ଲୋକମାନେ ଉପସ୍ଥିତ ଥିଲେ ମଧ୍ୟ ନିର୍ଧୁମ ମାଡ଼ ଖାଉଥିବା ସଙ୍ଗୀତାଙ୍କୁ ସହାୟତା କରିବା ଲାଗି କେହି ଆଗେଇ ଆସି ନ ଥିଲେ। ୮ ସେକେଣ୍ଡର୍ ଏହି ଭିଡିଓଟି ଟୁଇଟର୍ରେ ଭାଇରାଲ୍ ହୋଇ ୫ ଲକ୍ଷରୁ ଊର୍ଦ୍ଧ୍ବ ‘ଭିୟୁ’ ହାସଲ କରି ସାରିଲାଣି। ଏହି ଭିଡିଓକୁ ଭିତ୍ତିକରି ବାଗଲକୋଟ୍ ଟାଉନ୍ ଥାନା ପୁଲିସ ମହାନତେଶଙ୍କୁ ଗିରଫ କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ଜମିବାଡ଼ି ମାମଲାଜନିତ ବ୍ୟକ୍ତିଗତ ଶତ୍ରୁତା ହେତୁ ମହାନତେଶ ମହିଳା ଓକିଲଙ୍କୁ ଆକ୍ରମଣ କରିଥିଲେ। ଏହା ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟ ଉଭୟଙ୍କ ମଧ୍ୟରେ ଅନେକ ଥର ମାଡ଼ପିଟ ହୋଇଛି।
ସଙ୍ଗୀତା ତାଙ୍କୁ ନିର୍ଯାତନ ଦେବା ସହ ହଇରାଣ କରୁଛନ୍ତି ବୋଲି ମହାନତେଶ କହୁଛନ୍ତି।
Follow Us