ବିବାଦ ପରେ ପଡ଼ିଶା ଘରେ ନାଗ-ନାଗୁଣୀ ସମେତ ଅନ୍ୟ ପ୍ରଜାତିର ସାପ ବିଛାଇ ଦେଲେ ପଡୋଶୀ

ମଧ୍ୟ ପ୍ରଦେଶର ବିଦିଶାର କୋତୱାଲି ଥାନା ଅଞ୍ଚଳର ରଙ୍ଗିଆପୁରାରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଲାଗିଲା ଝଗଡା। ଭୟଭୀତ କରିବାପାଇଁ ପଡ଼ିଶା ଘରେ ନାଗ-ନାଗୁଣୀ ସମେତ ଅନ୍ୟ ପ୍ରଜାତିର ସାପ ବିଛାଇ ଦେଲେ ପଡୋଶୀ।

New Project (32)


ଲକ୍ଷ୍ମୌ: ମଧ୍ୟ ପ୍ରଦେଶର ବିଦିଶାର କୋତୱାଲି ଥାନା ଅଞ୍ଚଳର ରଙ୍ଗିଆପୁରାରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ କୌଣସି ଏକ ଘଟଣାକୁ ନେଇ ବିବାଦ ଦେଖା ଦେଇଥିଲା। ଏହି ବିବାଦ ଏମିତି ଏକ ମୋଡ଼ରେ ପହଞ୍ଚିଥିଲା କି ପଡୋଶୀ ତାଙ୍କ ପଡ଼ିଶାଙ୍କ ଘରେ ଏକାଧିକ ବିଷଧର ସାପ ବିଛାଇ ଦେଇଥିଲେ। 

ଭୟଭୀତ ଅଭିଯୋଗକାରୀ କୋତୱାଲି ଥାନାରେ ପହଞ୍ଚି ତାଙ୍କ ପଡ଼ିଶାଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି, ‘ ପଡ଼ିଶାରେ ରହୁଥିବା ଭଦ୍ର ବ୍ୟକ୍ତି ଜଣକ ମୋ ଘରେ ପ୍ରଥମେ ନାଗୁଣୀ ଓ ତା’ପରେ ନାଗ ସାପ ଛାଡ଼ିଥିଲେ। କେବଳ ଏତିକି ନୁହେଁ ଅନ୍ୟ ପ୍ରଜାତିର ସାପ ମଧ୍ୟ ସେ ଛାଡ଼ିଥିଲେ। ପଡୋଶୀ ଛାଡ଼ିଥିବା ସମସ୍ତ ସାପକୁ ମୁଁ ଉଦ୍ଧାର କରିଛି। ଭାଗ୍ୟ ଭଲ ସାପଗୁଡ଼ିକ ମୋ ପରିବାରର କୌଣସି ସଦସ୍ୟଙ୍କୁ କାମୁଡ଼ି ନାହାନ୍ତି। 

ଅଭିଯୋଗକାରୀଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପଡ଼ୋଶୀକୁ ପୁଲିସ ପଚରାଉଚରା କରିବା ସହିତ ବାସ୍ତବ ଘଟଣା କ’ଣ ହୋଇପାରେ ସେ ନେଇ ଅଞ୍ଚଳର ଅନ୍ୟ ଲୋକଙ୍କଠାରୁ ମଧ୍ୟ ସୂଚନା ସଂଗ୍ରହ କରୁଛି ପୁଲିସ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଅଭିଯୁକ୍ତ ଜଣକ ଜ‌ଣେ ସାପଧରାଳୀ। ଇତିମଧ୍ୟରେ  ସେ ଶହେରୁ ଅଧିକ ସାପ ଧରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe