ଦେଢ଼ କୋଟି ଟଙ୍କାର ସମ୍ପତ୍ତି ଠାବ

Advertisment

ଜୁନିଅର ଏମ୍‌ଭିଆଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଜୁନିଅର ଏମ୍‌ଭିଆଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭିଜିଲାନ୍‌ସ ଜାଲରେ ନୂଆଗାଁ ଓଆଇସି

ଭୁବନେଶ୍ୱର : ବାଲେଶ୍ୱରର ଜୁନିଅର ଏମ୍‌ଭିଆଇ ବିପିିନି ବିହାରୀ ଦାସଙ୍କ ଘରେ ଆଜି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ତାଙ୍କ ଘରୁ ପାଖାପାଖି ଦେଢ଼ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଜି ସକାଳୁ ସକାଳୁ ଏକା ସାଙ୍ଗରେ ଏମ୍‌ଭିଆଇ ଶ୍ରୀ ଦାସଙ୍କ ଭୁବନେଶ୍ୱର ଗଙ୍ଗନଗର ଘର, ଜଗତସିଂହପୁର ଏରସମାଠାରେ ଥିବା ପୈତୃକ ଘର, ଜଗତସିଂହପୁର କୁଜଙ୍ଗ ଗଣ୍ଡକିପୁରଠାରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ତାଙ୍କ ଘରୁ ନଗଦ ୭୬୪୦ ଟଙ୍କା, ୨୨ ଗ୍ରାମର ସୁନଗହଣା, ୭୨୦ ଗ୍ରାମର ରୁପା ଗହଣା, ହୁଣ୍ଡାଇ କାର୍‌, ହିରୋହୋଣ୍ଡା ବାଇକ୍‌, ହୋଣ୍ଡା ଆକ୍ଟିଭା ସ୍କୁଟର, ବିଭିନ୍ନ ବ୍ୟାଙ୍କରେ ଥିବା ୧୯ ଲକ୍ଷ ଟଙ୍କା ଜମା ଓ ସାଢ଼େ ୪ଲକ୍ଷ ଟଙ୍କାର ଏଲଆଇସି ବୀମା ଠାବ ହୋଇଛି। ଏହାଛଡ଼ା ଭୁବନେଶ୍ୱରରେ ଥିବା ୩ ମହଲା ଘର, ପୈତୃକ ଘରର ମୂଲ୍ୟ ପାଖାପାଖି ୭୦ ଲକ୍ଷ ଟଙ୍କା ହେବ।

ଏ ନେଇ ଭିଜିଲାନ୍ସ ପକ୍ଷରୁ ଏମ୍‌ଭିଆଇ ଶ୍ରୀ ଦାସଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ତାଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ଆକଳନ କରାଯାଉଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe