Villagers Attack: ଥାନା ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ, ମାଡ଼ ମାରିଥିବା ନେଇ ଚର୍ଚ୍ଚା

ପୋଷ୍ଟମର୍ଟମ ରିପୋର୍ଟକୁ କେନ୍ଦ୍ର କରି ଆଜି ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଳକ ତଥା ଘାଗରବେଡା ଥାନା ପରିସରରେ ଉତ୍ତେଜନା ଦେଖାଯାଇଛି। ଶତାଧିକ ଗ୍ରାମବାସୀ ଏକତ୍ର ଥାନା ପରିସରରେ ପ୍ରବେଶ କରିବା ପରେ ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା ବୋଲି ଚର୍ଚ୍ଚା ହେଉଛି।

Rairangpur

Villagers blocked police station in Mayurbhanj district. Photograph: (sambad.in)

ରାଇରଙ୍ଗପୁର/ଘାଗରବେଡ଼ା: ପୋଷ୍ଟମର୍ଟମ ରିପୋର୍ଟକୁ କେନ୍ଦ୍ର କରି ଆଜି ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଳକ ତଥା ଘାଗରବେଡା ଥାନା ପରିସରରେ ଉତ୍ତେଜନା ଦେଖାଯାଇଛି। ଶତାଧିକ ଗ୍ରାମବାସୀ ଏକତ୍ର ଥାନା ପରିସରରେ ପ୍ରବେଶ କରିବା ପରେ ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା ବୋଲି ଚର୍ଚ୍ଚା ହେଉଛି। ଥାନା ଅଧିକାରୀଙ୍କୁ ଘେରିବା ସହିତ ମାଡ଼ ମରାଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ସଲଗୁଡା ଗ୍ରାମର ଘନଶ୍ୟାମ ପୂର୍ତ୍ତି ଗତ ୧ ନଭେମ୍ବର ଦିନ ଗାମୁଛାରେ ଫାଶୀ ଲଗାଇ ଏକ ଗଛ ଝୁଲି ଥିବା ସ୍ଥାନୀୟ ଲୋକେ ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଘାଗରବେଡ଼ା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ମେଡିକାଲକୁ ପଠାଇ ଥିଲେ। ଉକ୍ତ ଘଟଣାକୁ ମୃତ ଘନଶ୍ୟାମଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିବା ପରେ ଘାଗରବେଡା ଥାନା ଅଧିକାରୀ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆରମ୍ଭ କରାଯିବ ବୋଲି କହିଥିଲେ। କିନ୍ତୁ ଆଜି ବ୍ୟବଛେଦ ରିପୋର୍ଟ ଆସିବା ପୂର୍ବରୁ ସଲଗୁଡା ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ଘାଗରବେଡା ଥାନାରେ ପହଁଞ୍ଚି ଥାନା ସମ୍ମୁଖରେ ଟାୟାର ଜାଳି ଥାନା ଘେରାଉ କରି ରଖିଥିଲେ।

ବରିଷ୍ଠ ପୁଲିସ ଅଧିକାରୀ କଲେ ହସ୍ତକ୍ଷେପ

ଖବର ପାଇ  କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ନବକୃଷ୍ଣ ନାଏକ ପୁଲିସ ଟିମ ସହିତ ଘାଗରବେଡାରେ ପହଁଞ୍ଚି ରରୁଆଁ ବ୍ଳକ ଅଧ୍ୟକ୍ଷ ଅଜିତ କୁମାର ତିରିୟାଙ୍କ ସହିତ ଉତ୍ତକ୍ତ ଜନସାଧାରଣ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ା ଉପନିର୍ବାଚନ: ରାତି ପାହିଲେ ଭୋଟ୍‌ ଗଣତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଚାରିଆଡ଼େ ଚର୍ଚ୍ଚା

ବିଶେଷ ସୂତ୍ରରୁ ଜଣାଯାଏ ମୃତ ଘନଶ୍ୟାମଙ୍କ ଶବ ବ୍ୟବଛେଦ ରିପୋର୍ଟଟି ଶ୍ୱାସରୁଦ୍ଧ ହୋଇଥିବା ଆସିଥିବା ଜଣାଯାଏ। ଘାଗରବେଡ଼ା ଥାନା ଅଧିକାରୀ ଶ୍ରୀ ମହାରଣାଙ୍କୁ ଉତ୍ତକ୍ତ ଜନସାଧାରଣ ମାଡ଼ ମାରିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ପୁଲିସ ଅଧିକାରୀମାନେ ତାହାକୁ ଅସ୍ବୀକାର କରିଛନ୍ତି। ଉଭୟଙ୍କ ମଧ୍ୟରେ ଠେଲାପେଲା ସହିତ ଯୁକ୍ତିତର୍କ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି। ତେବେ ଉକ୍ତ ଘଟଣା ନେଇ ବର୍ତମାନ ଘାଗରବେଡ଼ା ଥାନା ଅଞ୍ଚଳରେ ପୁଲିସ ପାଟ୍ରାଲିଂକୁ ଜୋରଦାର୍ ଜାରି ରହିଛି। ଉକ୍ତ ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: Turtle Smuggling: ଆନ୍ଧ୍ରପ୍ରଦେଶରୁ କଇଁଛ ଚାଲାଣ, ମାଲକାନଗିରରେ ବିକ୍ରି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe