ବାର୍‌ରେ ଭଙ୍ଗାରୁଜା, ଲୁଟ୍‌ କରି ୨ ଗିରଫ

Advertisment
ତୁଳାବତୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ବାର୍‌ରେ ଗଣ୍ଡଗୋଳ ଓ ଡାନ୍ସରଙ୍କ ଠାରୁ ଲୁଟ ପାଟ କରିବା ଅଭିଯୋଗରେ ଲଷ୍ମୀସାଗର ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ପରେ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଲଷ୍ମୀସାଗର ଅଂଚଳର ସରୋଜ ମହାନ୍ତି ଓ ବାଲେଶ୍ୱର ଜୟ ନଗରର ସନାତନ ବେହେରା। ସେମାନଙ୍କର ଆଉ ଦୁଇଜଣ ସହଯୋଗୀ ଫେରାର ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ଦୁଇଜଣ କଟକ ରୋଡରେ ଥିବା ରେନ ଦ’ କ୍ଲବରେ ପଶି ଗଣ୍ଡଗୋଳ ସହ ଭଂଗାରୁଜା କରିଥିଲେ। ଖବର ପାଇ ପୁଲିସ ପହଂଚିବା ବେଳକୁ ସେମାନେ ସେଠାରୁ ଖସି ପଳାଇଥିଲେ।

ଏହାପରେ ବିଳମ୍ବିତ ରାତିରେ ଏହି କ୍ଲବର ଦୁଇଜଣ ଡାନ୍ସର ଏକ ଅଟୋରେ ମଞ୍ଚେଶ୍ୱର ଥାନା ଅଧୀନ ସତ୍ୟନଗର ଯାଉଥିଲେ। ଅଭିଯୁକ୍ତ ଦ୍ୱୟ ସେମାନଙ୍କୁ ପିଛା କରି ସତ୍ୟନଗର ପାଖରେ ଅଟକାଇ ଗାଳିଗୁଲଜ କରିବା ସହ ଆକ୍ରମଣ କରି ମୋବାଇଲ, ଟଙ୍କା ଲୁଟିଥିବା ଅଭିଯୋଗ ହୋଇଥିଲା। ଡାନ୍ସରଙ୍କୁ ଲୁଟ କରିବା ଅଭିଯୋଗରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଭୟ ଥାନା ପକ୍ଷରୁ ଉଦ୍ୟମ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe