ଧରା ପଡ଼ିଥିବା ଚୋର କଥା ଶୁଣି ଠୋଠୋ ହୋଇ ହସିଲେ ଏସପି

ଧରା ପଡ଼ିଥିବା ଚୋର କଥା ଶୁଣି ଠୋଠୋ ହୋଇ ହସିଲେ ଏସପି

ନୂଆଦିଲ୍ଲୀ: ଅନେକଥର ବଲିଉଡ ସିନେମାରେ ଦେଖିବାକୁ ମିଳିଥାଏ କି ଚୋର ଚୋରି କରିଥିବା ଟଙ୍କାକୁ ଗରିବ ଲୋକଙ୍କୁ ବାଣ୍ଟି ଦେଇଥାଏ। କିନ୍ତୁ ବାସ୍ତବରେ ଏମିତି କାମ କୌଣସି ବି ଚୋର କରନ୍ତି ନାହିଁ ବୋଲି ଆମେ ଜାଣିବାକୁ ପାଇଛୁ। ନିକଟରେ ଏହାର ଏକ ଓଲଟା ଘଟଣା ସାମ୍ନାକୁ ଆସିଛି।

ଛତିଶଗଡ଼ରୁ ଆସିଥିବା ଏମିତି ଏକ ଘଟଣାରେ ଚୋର ଦାବି କରୁଛି କି, ସେ ଚୋରି କରିଥିବା ସମସ୍ତ ଟଙ୍କାରେ କମ୍ବଳ କଣିଥିଲା, ଆଉ ଏହି କମ୍ବଳକୁ ସେ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟି ଦେଇଥିଲା। ପୁଲିସ ଉକ୍ତ ଚୋରର ଉତ୍ତର ଶୁଣି ଠୋଠୋ ହୋ ହସିବାକୁ ଲାଗିଥିଲା। ଏହି ଘଟଣାର ଏକ ଭିଡିଓ ଏବେ ଭାଇରାଲ ହେବା‌ରେ ଲାଗିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଦୁର୍ଗପୁଲିସ ଏକ ଚୋରି ଘଟଣାରେ ୪ଜଣ ଚୋରକୁ ଗିରଫ କରିଥିଲା। ଗିରଫ ଚୋରଙ୍କ ପାଖରେ ସୁନା-ରୁପା ଠାରୁ ଆରମ୍ଭ କରି ଚୋରି ସମେତ ଲକ୍ଷାଧିକ ସାମଗ୍ରୀ ଜବତ ହୋଇଛି। ଧରାପଡ଼ିଥିବା ୪ଜଣ ଚୋରଙ୍କୁ ଚୋରି ଘଟଣା ବିଷୟରେ ପଚାରିବାରୁ ଜଣେ ଚୋର କହିଥିଲା, ‘ଅଢ଼େଇ ଲକ୍ଷ ଟଙ୍କା ଚୋରି କରିବା ପରେ ସେଥିରୁ ମୋତେ ଦଶହଜାର ଟଙ୍କା ମିଳିଥିଲା। ପ୍ରଥମେ ପ୍ରଥମେ ମୋତେ ଚୋରି କରିବାକୁ ଭଲ ଲାଗୁଥିଲା, କିନ୍ତୁ ପରେ ଏଭଳି କାମକୁ ନେଇ ଅନୁତାପ କରିବାକୁ ପଡ଼ିଥିଲା। ତେଣୁ ଚୋରି କରୁଥିବା ଟଙ୍କାରେ ମୁଁ ଗରିବଙ୍କୁ ସାହାଯ୍ୟ କରି ଦେଇଥାଏ।’

ଭାଇରାଲ ଭିଡିଓରେ ପୁଲିସ ଅଧୀକ୍ଷକ ଡକ୍ଟର ଅଭିଷେକ ପଲ୍ଲବ ଚୋରକୁ ଚୋରି ଘଟଣା ସମ୍ପର୍କରେ ପଚାରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲେଟଫର୍ମ ଟୁଇଟରରେ @ ଗୁଲଜାର ସାହେବ ନାମ ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe