ଏହି ବାବା ନିଜକୁ କୃଷ୍ଣ କହି ୧୬ହଜାର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଲକ୍ଷ୍ୟ ରଖିଥିଲେ...

Advertisment
ଏହି ବାବା ନିଜକୁ କୃଷ୍ଣ କହି ୧୬ହଜାର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଲକ୍ଷ୍ୟ ରଖିଥିଲେ...

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ରୋହିଣୀସ୍ଥିତ ବିଜୟ ବିହାର ଅଞ୍ଚଳରେ ଅଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ ଚଳାଉଥିବା ଜଣେ ବାବା ଆଧ୍ୟାତ୍ମିକତା ଓ ଈଶ୍ୱରସେବାର ଦ୍ୱାହି ଦେଇ ଭୟଙ୍କର କୁକର୍ମରେ ମାତିଥିବା ମାମଲା ସାମ୍ନାକୁ ଆସିଛି। ଏହି ବାବାଙ୍କ ନାମ ବୀରେନ୍ଦ୍ର ଦେବ ଦୀକ୍ଷିତ ବୋଲି ଜଣାପଡ଼ିଛି। ବୀରେନ୍ଦ୍ର ଦେବ ଦୀକ୍ଷିତ ନିଜକୁ କୃଷ୍ଣ ଭଗବାନଙ୍କ ଅବତାର ବୋଲି କହୁଥିଲେ। ସେ ସର୍ବଦା ମହିଳା ଶିଷ୍ୟଙ୍କ ମଧ୍ୟରେ ରହିବାକୁ ପସନ୍ଦ କରୁଥିଲେ ବୋଲି ଜଣାପଡ଼ିଛି। ବାବା ବୀରେନ୍ଦ୍ର ଦେବ ଦୀକ୍ଷିତ ପାଖାପାଖି ୧୬,୦୦୦ ମହିଳାଙ୍କ ସହିତ ଶାରୀରିକ ସ୍ଥାପନ ଲକ୍ଷ୍ୟ ରଖିଥିଲେ।

publive-image

ସୂଚନାଯୋଗ୍ୟ, ଦିଲ୍ଲୀର ଉତ୍ତର ଦିଲ୍ଲୀର ରୋହିଣୀସ୍ଥିତ ବିଜୟ ବିହାର ଅଞ୍ଚଳରେ ଅଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ ଚଳାଉଥିବା ବାବା ନିରୀହ ନାବାଳିକାଙ୍କୁ ବନ୍ଦୀ କରି ଯୌନ ଶୋଷଣ ଚଳାଇଥିବା ପ୍ରମାଣ ମିଳିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି । ଦିଲ୍ଲୀର ଉତ୍ତର ଦିଲ୍ଲୀର ରୋହିଣୀ ସ୍ଥିତ ଏକ ଆଶ୍ରମ ‘ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟ’ ପରିସରରେ ଶତାଧିକ ଯୁବତୀ (ଅଧିକାଂଶ ନାବାଳିକା)ଙ୍କୁ କାରାରୁଦ୍ଧ ଅବସ୍ଥାରେ ରଖାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

publive-image

ଆଶ୍ରମରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଉଥିବା ଅଭିଯୋଗ ହେବାପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ସକାଳେ ଦିଲ୍ଲୀ ପୁଲିସ, ମହିଳା ଆୟୋଗ, ସିଡବ୍ଲୁସି ଓ ଡିସିପିସିପିଙ୍କ ଟିମ୍‌ ଆଶ୍ରମରେ ପହଞ୍ଚିଥିଲେ। ଘଟଣାସ୍ଥଳକୁ ମହିଳା ଡାକ୍ତରୀଟିମ୍‌କୁ ମଧ୍ୟ ଡକାଯାଇଥିଲା। ଯେଉଁମାନେ କି ଆଶ୍ରମରେ ଥିବା ମହିଳା ଓ ଝିଅମାନଙ୍କ ମେଡିକାଲ ଯାଞ୍ଚ କରିଥିଲେ। ଆଶ୍ରମରେ ବନ୍ଦୀ ଥିବା ମହିଳା ଓ ଝିଅମାନଙ୍କ ପରିଜନ ବି ସେମାନଙ୍କୁ ଖୋଜିବା ପାଇଁ ଆସି ପହଞ୍ଚି ଯାଇଥିଲେ। ଆଶ୍ରମରେ ଚାଲିଥିବା ଅତ୍ୟାଚାର ସହି ନପାରି କିଛି ନାବାଳିକା ଆତ୍ମହତ୍ୟା କରିଥିବା ମଧ୍ୟ ଜଣାପଡ଼ିଛି।

publive-image

ଉକ୍ତ ଆଶ୍ରମ ବିରୋଧରେ ସିବିଆଇ ତଦନ୍ତ ପାଇଁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ନିର୍ଦ୍ଦେଶକ ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି (ସ୍‌ୱତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରିବାକୁ କୋର୍ଟ କହିଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ଭଣ୍ଡ ବୀରେନ୍ଦ୍ର ଦେବ ଦୀକ୍ଷିତ ଭଳି କେନ୍ଦ୍ରାପଡ଼ାରେ ଭଣ୍ଡ ସାରଥୀ ମଧ୍ୟ ନିଜକୁ କୃଷ୍ଣ ଭଗବାନ କହି ମହିଳାମାନଙ୍କୁ ଅସଦାଚଣ କହୁଥିଲେ। ମହିଳାମାନେ ବି ସାରଥୀଙ୍କ ଉପରେ ବିଶ୍ୱାସ କରି ତାଙ୍କ କୁକର୍ମକୁ ଭକ୍ତି ବୋଲି ଭାବି ଆପଣାଇ ନେଉଥିଲେ। ତେବେ ସାରଥୀଙ୍କୁ କାରନାମ୍‌ର ପର୍ଦ୍ଦାଫାସ ହେବା ପରେ ତାଙ୍କୁ ଜେଲଦଣ୍ଡ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe