ମନ୍ଦିରରେ ଭଗବାନଙ୍କୁ ହାତଯୋଡ଼ି ପ୍ରଣାମ କରିବା ପରେ ମୁକୁଟ ଚୋରି କରିନେଇଗଲା ଚୋର

Advertisment
ମନ୍ଦିରରେ ଭଗବାନଙ୍କୁ ହାତଯୋଡ଼ି ପ୍ରଣାମ କରିବା ପରେ ମୁକୁଟ ଚୋରି କରିନେଇଗଲା ଚୋର

ମୁମ୍ବାଇ: ମୁମ୍ବାଇର ବିଠୁଲ ମନ୍ଦିରରୁ ଚୋରିର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ପ୍ରଥମେ ପ୍ରଭୁଙ୍କ ଆଗରେ ପ୍ରଣାମ କରି ତା’ପରେ ମୁକୁଟ ଚୋରି କରିଥିବା ଅଭିଯୋଗ ହୋଇଛି। ଚୋରିର ସମ୍ପୂର୍ଣ୍ଣ ଘଟଣା ମନ୍ଦିର ପରିସରରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଥିଲେ। ମନ୍ଦିର ପୂଜାରୀ ଏହି ଚୋରି ଘଟଣା ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଯାଞ୍ଚ ଆରମ୍ଭ କରି ଚୋରକୁ ଧରିବାକୁ ଉଦ୍ୟମ କରୁଛି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ପ୍ରଥମେ ଜ‌ଣେ ଚୋର ମନ୍ଦିର ଭିତରକୁ ଆସି ପ୍ରଭୁଙ୍କୁ ହାତଯୋଡ଼ି ପ୍ରଣାମ ହେଉଛି। ତା’ପରେ ଉଭୟପାର୍ଶ୍ବକୁ ଦେଖି ଧରିଥିବା ଏକ ବ୍ୟାଗର ଚେନ ଖୋଲୁଛି। କିଛିସମୟ ପରେ ବାମପାର୍ଶ୍ବରେ ଥିବା ଭଗବାନଙ୍କ ମୁକୁଟ ସେ ଚୋରି କରି ତାର ବ୍ୟାଗରେ ପୁରାଇ ଚାଲିଯାଉଛି।

ତେବେ ଏହି ଚୋରି ରାତିରେ ହୋଇଥିବା ଜଣାପଡ଼ିଛି। ସବୁଦିନ ପରି ମନ୍ଦିରର ପୂଜକ ପୂଜା ପାଇଁ ମନ୍ଦିରକୁ ଆସିଥିଲେ। ସେ ଦ୍ବାର ଖୋଲିଲା‌ବେଳକୁ ପ୍ରଭୁଙ୍କ ମସ୍ତକରେ ମୁକୁଟ ନଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସ‌ଙ୍ଗେସଙ୍ଗେ ସେ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି ଚକିତ ହୋଇଯାଇଥିଲେ। ଏହାପରେ ସେ ଥାନାକୁ ଯାଇ ସିସିଟିଭିରେ ରେକର୍ଡ ହୋଇଥିବ‌ା ଚୋରି ଘଟଣାର ଅଭିଯୋଗ କରିଥିଲେ। ପୁଲିସ ଏହି ସିସିଟିଭି ଆଧାରରେ ଚୋରର ପରିଚୟ ଖୋଜି ତାକୁ ଗିରଫ କରିବା ପାଇଁ ଉଦ୍ୟମ ଚଲାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe