ଲକ୍ଷ୍ମୌ: ସୁଟଆଉଟ୍‌: ବଞ୍ଚି ପାରି ଥାଆନ୍ତେ ତିଓ୍ଵାରୀ, ଗୁଳି ବାଜିବାର ୫୫ ମିନିଟ୍‌ ପର୍ଯ୍ୟନ୍ତ ଜୀବିତ ଥିଲେ,ଶବ ବ୍ୟବଚ୍ଛେଦ ରିପୋର୍ଟ

ଲକ୍ଷ୍ମୌ: ସୁଟଆଉଟ୍‌: ବଞ୍ଚି ପାରି ଥାଆନ୍ତେ ତିଓ୍ଵାରୀ, ଗୁଳି ବାଜିବାର ୫୫ ମିନିଟ୍‌ ପର୍ଯ୍ୟନ୍ତ ଜୀବିତ ଥିଲେ,ଶବ ବ୍ୟବଚ୍ଛେଦ ରିପୋର୍ଟ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ ପ୍ରତିଷ୍ଠିତ ଆନ୍ତର୍ଜାତିକ କମ୍ପାନି ‘ଆପଲ’ର ଜଣେ ସହକାରୀ ସେଲ୍‌ ଓ ମ୍ୟାନେଜରଙ୍କର ପୁଲିସ ଗୁଳିରେ ମୃତ୍ୟୁ ଘଟିଛି। ପେଟ୍ରୋଲିଂ କରୁଥିବା ଜଣେ କନଷ୍ଟେବଳଙ୍କ ତ୍ରୁଟି ଯୋଗୁଁ ସେଲ୍‌ସ ମ୍ୟାନେଜର ବିବେକ ତିଓ୍ଵରୀ(୩୮ ବର୍ଷ)ଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ତେବେ ବିବେକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏକ ଖୁଲାସା ହୋଇଛି କି ଗୁଳି ବାଜିବାର ୫୫ମିନିଟ୍‌ ପର୍ଯ୍ୟନ୍ତ ସେ ଜୀବିତ ଥିଲେ, କିନ୍ତୁ ପୁଲିସ ଏହି ସମୟରେ ତାଙ୍କୁ ଚିକିତ୍ସାର ବନ୍ଦୋବସ୍ତ କରାଇ ପାରି ନଥିଲା। ତେଣୁ ତାଙ୍କର ମୃତ୍ୟୁ ହୋଇଥିଲା।

publive-image

ଚସମଦିଦ୍‌ ସନା ଖାନ୍‌ଙ୍କ ମୁତାବକ, ଗୁଳି ବାଜିବା ପରେ ତିଓ୍ଵାରୀଙ୍କ ଗାଡ଼ିକୁ ପ୍ରାୟ ୩୦୦କିମି ପର୍ଯ୍ୟନ୍ତ ଚଳା ଯାଇଥିଲା। ଏହାପରେ ଗାଡ଼ି ଏକ ଖମ୍ଭରେ ଧକ୍କା ଖାଇଥିଲା। ଅଭିଯୁକ୍ତ କନେଷ୍ଟବଳ ପ୍ରଶାନ୍ତ କୁମାର ଓ ତାର ସାଥୀ କନେଷ୍ଟବଳ ସନ୍ଦୀପ କୁମାର ଏହାପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। କିଛି ସମୟ ପରେ ଅନ୍ୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ପାଇଁ କଲ୍‌ କରିଥିଲେ। ପୁଲିସ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ତୁରନ୍ତ ତାଙ୍କ ଗାଡ଼ିରେ ବିବେକ ତିଓ୍ଵାରୀଙ୍କୁ ହସ୍‌ପିଟାଲ ନେବା ପାଇଁ ସନା କହିଥିଲେ। କେବଳ ଏତିକି ନୁହେଁ ହସ୍‌ପିଟାଲରେ ପହଞ୍ଚିବା ପରେ ବି ପୁଲିସ ତିଓ୍ଵାରୀଙ୍କ ଚିକିତ୍ସା କିପରି ହେବ ସେ ଉପରେ ଧ୍ୟାନ ନଦେଇ ସନାଙ୍କ ବୟାନ ରେକର୍ଡ କରିବାରେ ବ୍ୟସ୍ତ ରହିଥିଲେ।

ଶବ ବ୍ୟବଚ୍ଛେଦ ରିପୋର୍ଟ ମୁତାବକ, ଗୁଳି ଲାଗିବାର ୩୫ ମିନିଟ୍‌ ପରେ ତିଓ୍ଵାରୀ ହସ୍‌ପିଟାଲରେ ୨.୦୫ରେ ଭର୍ତ୍ତି କରାଯାଇଥିଲା। ଏହାପରେ ୨.୨୫ରେ ତିଓ୍ଵାରୀଙ୍କ ମୃତ୍ୟୁ ହୋଇଥିଲା। ସେମିତିରେ ଘଟଣାସ୍ଥଳରୁ ରାମ ମନୋହର ଲୋହିୟା ହସ୍‌ପିଟାଲ ପହଞ୍ଚିବାରେ ୧୦ମିନିଟ୍‌ରୁ କମ୍‌ ସମୟ ଲାଗିଥାଏ।

publive-image

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବି କେ ତିଓ୍ଵାରୀ ତାଙ୍କର ଅନ୍ୟ ୬ ଜଣ ବନ୍ଧୁଙ୍କ ସହିତ କାରରେ ଯାଉଥିବା ବେଳେ ଏକ ପୁଲିସ ପାଟ୍ରୋଲିଂ ମୋଟରସାଇକେଲକୁ ଧକ୍କା ଦେଇଥିଲା। ସଙ୍ଗେସଙ୍ଗେ କନଷ୍ଟେବଳ ପ୍ରଶାନ୍ତ କୁମାର କାର ଉପରକୁ ଗୁଳି ଚଳାଇଥିଲେ। ଗୁଳି ବିବେକଙ୍କ ବେକରେ ବାଜିଥିଲା ଓ ଏହି ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ କନଷ୍ଟେବଳ ପ୍ରଶାନ୍ତ କୁମାରଙ୍କୁ ନିଲମ୍ବନ କରାଯିବା ସହିତ ତାଙ୍କ ସହିତ ତାଙ୍କ ସହଯୋଗୀ ସନ୍ଦୀପ କୁମାରଙ୍କୁ ଗିରଫ କରାଯାଇଛି।

କନଷ୍ଟେବଳ ପ୍ରଶାନ୍ତ ନିଜ ଆତ୍ମରକ୍ଷା ପାଇଁ ଏହି ଗୁଳି ଚଳାଇଥିବା କହିଛନ୍ତି। ପୁଲିସ ବାଇକ୍‌କୁ ଧକ୍କା ଦେଇ କେହି ଅପରାଧୀ ଖସିଯିବାକୁ ଚେଷ୍ଟା କରୁଥିବା ଭାବି ସେ କାର ଉପରକୁ ଗୁଳି ଚଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe