ବିଦ୍ୟାଳୟରେ ବାର ଯୁବତୀଙ୍କୁ ଡକାଇ ଅଶ୍ଳୀଳ ନୃତ୍ୟର କରାଯାଇଥିଲା ଆୟୋଜନ

Advertisment

ବିଶ୍ରାମ ପାଇଁ ବିଦ୍ୟାଳୟ ପରିସରରେ ରହିଥିବା ବରଯାତ୍ରୀ ମଦ ପିଇ ୪ଜଣ ବାର ଯୁବତୀଙ୍କୁ ଡାକିଥିଲେ। ଏହି ଯୁବତୀମାନେ ସ୍କୁଲରେ ଭୋଜପୁରୀ ଗୀତରେ କରିଥିଲେ ଅଶ୍ଳୀଳ ନୃତ୍ୟ। ଭିଡିଓ ଭାଇରାଲ।

ବିଶ୍ରାମ ପାଇଁ ବିଦ୍ୟାଳୟ ପରିସରରେ ରହିଥିବା ବରଯାତ୍ରୀ ମଦ ପିଇ ୪ଜଣ ବାର ଯୁବତୀଙ୍କୁ ଡାକିଥିଲେ। ଏହି ଯୁବତୀମାନେ ସ୍କୁଲରେ ଭୋଜପୁରୀ ଗୀତରେ କରିଥିଲେ ଅଶ୍ଳୀଳ ନୃତ୍ୟ। ଭିଡିଓ ଭାଇରାଲ।

434


ନୂଆଦିଲ୍ଲୀ: ବିହାରର ସହରସା ଜିଲ୍ଲାର ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ନିର୍ମିତ ହୋଇଥିବା ଏକ ବିଦ୍ୟାଳୟରେ ମଦ୍ୟପାନ ସହିତ ଅଶ୍ଳୀଳ ମନୋରଞ୍ଜନ କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ବିଦ୍ୟାଳୟରେ ଅଶ୍ଳୀଳ ନୃତ୍ୟର ଭିଡିଓ ଭାଇରାଲ ହେବା ପରେ ପୁଲିସ ଏହି ଘଟଣାର ତଦନ୍ତ କରୁଛି।

ଜଣେ ଅଧିକାରୀ ଭାଇରାଲ ହୋଇଥିବା ଭିଡିଓକୁ ନେଇ କହିଛନ୍ତି, ‘ମଙ୍ଗଳବାର ସନ୍ଧ୍ୟାରେ କିଛି ଲୋକ ସେମାନଙ୍କ ମନୋରଞ୍ଜନ ପାଇଁ ଜିଲ୍ଲାର ଜଲାଇ ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଏକ ବ୍ୟାଣ୍ଡ ଏବଂ କିଛି ବାର ନୃତ୍ୟଶିଳ୍ପୀଙ୍କୁ ନିମନ୍ତ୍ରଣ କରିଥିଲେ।

ଉତ୍ସବ ପାଳନ କରୁଥିବା ଲୋକମାନେ ବରଯାତ୍ରୀ ଥିବା ଜଣାପଡ଼ିଛି। ଯେଉଁମାନେ ବିଶ୍ରାମ ପାଇଁ ବିଦ୍ୟାଳୟ ପରିସରରେ ରହିଥିଲେ। ଏହି ସମୟରେ ସେମାନେ ମଦ ପିଇ ୪ଜଣ  ବାର ଯୁବତୀଙ୍କୁ ଡାକିଥିଲେ। ଏହି ଯୁବତୀମାନେ ସ୍କୁଲରେ ଭୋଜପୁରୀ ଗୀତରେ ଅଶ୍ଳୀଳ ନୃତ୍ୟ କରିଥିଲେ, ଯାହାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ପୁରୁଷ ଯୁବତୀମାନଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି। 

ଏହି ଅଞ୍ଚଳରେ ରହୁଥିବା ଲୋକ ଶିକ୍ଷା ବିଭାଗ ବିଦ୍ୟାଳୟରେ ଏପରି ଉତ୍ସବକୁ କିପରି ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି। ଜଲାଇ ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ମମତା କୁମାରୀ କହିଛନ୍ତି ଯେ,‘ ପୁଲିସ ଏଭଳି ଘଟଣା ପାଇଁ ଅନୁମତି ଦେଇନାହିଁ। ସେ କହିଛନ୍ତି, "ଭାଇରାଲ ଭିଡିଓ ଆମ ନଜରକୁ ଆସିଛି। ଆମେ ତଦନ୍ତ କରୁଛୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe