ଅନୈତିକ ସଂପର୍କ ପଦାରେ ପଡ଼ିଯିବା ଭୟରେ ପ୍ରେମିକାକୁ ମାରି ଜାଳିଦେଲା ପ୍ରେମିକ

Advertisment
ଅନୈତିକ ସଂପର୍କ ପଦାରେ ପଡ଼ିଯିବା ଭୟରେ ପ୍ରେମିକାକୁ ମାରି ଜାଳିଦେଲା ପ୍ରେମିକ

ପୁନେ : ଅନୈତିକ ସଂପର୍କ ପଦାରେ ପଡ଼ିଯିବାର ଭୟ ଜଣଙ୍କୁ ହତ୍ୟାକାରୀ ହେବାକୁୁ ବାଧ୍ୟ କରିଛି । ଭୟରେ ପ୍ରେମିକାକୁ ମାରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଉକ୍ତ ପୋଡ଼ି ଦେଇ ଥିବାରୁ ୩୨ବର୍ଷିୟ ଯୁବକଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତଙ୍କର ଯୁବତୀଙ୍କ ସହ ଥିବା ଅନୈତିକ ସଂପର୍କ ପଦାରେ ପଡ଼ିଯିବା ଡ଼ରରେ ଯୁବକ ଜଣଙ୍କ ଏପରି କରିଥିବା ପୁଲିସ ସୂଚନା ଦେଇଛି । ଏହି ଘଟଣାଟି ମାର୍ଚ୍ଚ ୧୫ରେ ଘଟିଥିବା ବେଳେ ଶୁକ୍ରବାର ଏହା ସାମ୍ନାକୁ ଆସିଛି । ମୃତ ଯୁବତୀ ଜଣଙ୍କ ପ୍ରେରଣା ଶଶିକାନ୍ତ କାମ୍ବଲେ ବୋଲି ଚିହ୍ନଟ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ନାମ ବିପୁଲ ଭାବରଲାଲ୍‌ ଶାହା ବୋଲି ଚିହ୍ନଟ କରାଯାଇଛି ।

ସୂଚନା ମୁତାବକ, ଶାହା ଏକ ତେଜରାତି ଦୋକାନ କରିଥିବା ବେଳେ ଦୋକାନ ପାଖରେ ଥିବା ଏକ ଗ୍ୟାସ୍‌ ଏଜେନ୍ସିରେ ପ୍ରେରଣା କାମ କରୁଥିଲେ । ପାଖାପାଖି କାମ କରୁଥିବା ବେଳେ ଦୁଇ ଜଣଙ୍କ ମଧ୍ୟ ନିବିଡ଼ତା ବଢ଼ିଥିଲା । ବିବାହ କରି ଦୁଇଟି ପିଲାଙ୍କ ବାପା ହୋଇଥିଲେ ମଧ୍ୟ ଶାହା ପ୍ରେରଣାଙ୍କ ସହ ଅନୈତିକ ସଂପର୍କ ରଖିଥିଲେ । କିଛି ଦିନ ପୂର୍ବରୁ ପ୍ରେରଣା ଏହାର ଫାଇଦା ନେଇ ଶାହାଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ନ ଦେଲେ ଆମ ଦୁଇ ଜଣଙ୍କ ସଂପର୍କ ବିଷୟରେ ସମସ୍ତଙ୍କୁ ଜଣାଇ ଦେବି ବୋଲି ପ୍ରେରଣା ଶାହାଙ୍କୁ ଧମକ ଦେଇଥିଲେ । ଏଥିରେ ରାଗି ଯାଇ ଶାହା ତାଙ୍କ ସହ କର୍ମଚାରୀ ଲହୁ ଗୋନାଟେଙ୍କ ସହ ମିଶି ପ୍ରେରଣାଙ୍କୁ ମାରିବାର ଯୋଜନା ତିଆରି କରିଥିଲେ । ମାର୍ଚ୍ଚ ୧୫ରେ ଦୁଇ ଜଣ ପ୍ରେରଣାଙ୍କୁ ଅପହରଣ କରିବା ସହ ଲୋନାଓ୍ଵଲା ନେଇ ଯାଇଥିଲେ । ଏକ ଜନଶୁନ୍ୟ ସ୍ଥାନ ଦେଖି ସେମାନେ ପ୍ରେରଣାଙ୍କୁ ଗାଡ଼ିରୁ ବାହାର କରିବା ସହ ଏକ ରସି ସାହାଯ୍ୟରେ ତାଙ୍କ ଗଳାଚିପି ହତ୍ୟା କରିଥିଲେ । ପ୍ରେରଣାଙ୍କ ମୃତ୍ୟୁ ହୋଇଯିବା ପରେ ଶାହା ତାଙ୍କ ଦେହରେ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ । କିଛି ଦିନ ପରେ ପ୍ରେରଣା ଘରକୁ ନ ଫେରିବାରୁ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ ।

publive-image The Indian Express

ତଦନ୍ତ ପରେ ଲୋନାଓ୍ଵାଲାର ଓ୍ଵାଘାଜୟ ପାହାଡ଼ରୁ ପ୍ରେରଣାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା । ଏହି ଘଟଣାର ତଦନ୍ତ କରିବାକୁ ଯାଇ ପୁଲିସ ପ୍ରେରଣାଙ୍କ କଲ ରେକର୍ଡ଼ ଏବଂ ସେ କାମ କରୁଥିବା ଅଞ୍ଚଳର ସିସିଟିଭି ଫୁଟେଜ୍‌ ଚେକ୍‌ କରିଥିଲା ସିସିଟିଭି ଫୁଟେଜ୍‌ ଚେକ୍‌ ପରେ ପ୍ରେରଣା ଏକ ନାଲି କାର୍‌ରେ ଯାଉଥିବା ପୁଲିସ ଦେଖି ଗାଡ଼ିର ନମ୍ବରରୁ ଶାହାଙ୍କ ପାଖରେ ପହଞ୍ଚିଥିଲା । ଶାହାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚରା ପରେ ସେ ନିଜର ଦୋଷ ପୁଲିସ ଆଗରେ ମାନି ନେଇଥିଲେ । ଶାହାଙ୍କୁ ପୁଲିସ ଗିରଫ କରିଥିବା ବେଳେ ତାଙ୍କ ସହଯୋଗୀ ଫେରାର ଥିବା ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe