ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ରାଜା ଗିରଫ, ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

Advertisment
ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ  ଅପରାଧୀ ସେକ୍‌ ରାଜା ଗିରଫ, ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

ଭଦ୍ରକ: ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ରାଜାକୁ ଏସ୍‌ଟିଏଫ୍‌ ଭଦ୍ରକର ପୁରୁଣାବଜାର ଅଂଚଳରୁ ଗିରଫ କରିଛି । ପୁଲିସ ସେକ୍‌ ରାଜା ଠାରୁ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ଓ ବାଇକ୍‌ ଜବତ କରିଛି। ସେକ୍‌ ରାଜା ନାମରେ ପୂର୍ବରୁ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି। ସେ ଟିଟୋ ଗ୍ୟାଙ୍ଗର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ପୁଲିସକୁ ସୂଚନା ମିଳିଛି।

publive-image

ପୁଲିସ କହିଛି, ସେକ୍‌ ରାଜା ପାଖରେ ପିସ୍ତଲ ରଖି ବହୁ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିଲା । ଆଜି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଓ ଏସ୍‌ଟିଏଫର ମିଳିତ ଚଢ଼ାଉରେ ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରୁ ସେ ଗିରଫ ହୋଇଥିଲା। କେନ୍ଦ୍ରାପଡା ଅଞ୍ଚଳର ସେକ୍‌ ରାଜା ବହୁଦିନ ହେଲା ପୁରୁଣାବଜାର ଅଞ୍ଚଳରେ ରହି ଆସୁଥିଲା। ଆଜି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ପୁଲିସ ଚଢ଼ାଉ କରି ତାକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe