ଯୁବକଙ୍କୁ ହତ୍ୟା ଧମକ, ୪ ଗିରଫ

ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

India Today

ଚନ୍ଦ୍ରଶେଖରପୁର: ଯୁବକଙ୍କୁ ହତ୍ୟା ଧମକ ଦେବା ସହ ଦୁର୍ବ୍ୟବହାର, ଗଣ୍ଡଗୋଳ ଓ ଆସବାବପତ୍ର ଭଙ୍ଗାରୁଜା କରିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ୪ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ଯୁବକମାନେ ହେଲେ, ପ୍ରଶାନ୍ତିବିହାର ଅଞ୍ଚଳର ସଂଜୟ କୁମାର ଦେଓ(୨୬) ଓ ବ୍ରଜବନ୍ଧୁ ସାହୁ(୨୦) ଏବଂ ପଟିଆ ଅଞ୍ଚଳର ସୁବ୍ରତ କୁମାର ନାୟକ(୨୦) ଓ ପୂର୍ଣ୍ଣପଦ ଗିରି(୨୩)। ଗତକାଲି ଏମାନେ ବିଡିଏ ହାଉସିଂ ବୋର୍ଡ କଲୋନି ନିକଟରେ ଥିବା ଏକ କଲ୍ୟାଣ ମଣ୍ଡପରେ ପଶି ଗଣ୍ଡଗୋଳ କରିବା ସହ ଦୁଷ୍ମନ୍ତ କୁମାର ପଣ୍ଡା ନାମକ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଗଲା ‌ବେଳେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏ ସଂପର୍କରେ ଦୁଷ୍ମନ୍ତ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବାରୁ ପୁଲିସ ନମ୍ବର ୨୬୪/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe