ଭଦୋଦରା କାର୍ ଦୁର୍ଘଟଣା: ମଦ ନୁହେଁ, ମରିଜୁଆନା ଖାଇଥିଲା ଅଭିଯୁକ୍ତ

କିଛି ଦିନ ତଳେ ଗୁଜରାଟର ଭଦୋଦରାରେ ଏକ କାର୍ ୨ଟି ସ୍କୁଟିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଅଭିଯୁକ୍ତ ମରିଜୁଆନା ଖାଇଥିବା ଜଣାପଡ଼ିଛି।

tbnbdnbjhb

ଭଦୋଦରା: କିଛି ଦିନ ତଳେ ଗୁଜରାଟର ଭଦୋଦରାରେ ଏକ କାର୍ ୨ଟି ସ୍କୁଟିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଆଠ ଜଣ ଆହତ ହୋଇଥିଲେ। ଅଭିଯୁକ୍ତ ୨୩ ବର୍ଷୀୟ ଆଇନ ଛାତ୍ର ରଖସିତ୍ ଚୌରାସିଆ ଘଟଣା ସମୟରେ ମଦ୍ୟପାନ କରିଥିବା କୁହାଯାଉଥିଲା। ହେଲେ ‌ଏବେ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିଛି। ଫରେନସିକ୍ ରିପୋର୍ଟ ଅନୁଯାୟୀ, ସେ ମରିଜୁଆନା ସେବନ କରିଥିଲେ।

ଏମଏସ ବିଶ୍ୱବିଦ୍ୟାଳୟର ଚତୁର୍ଥ ବର୍ଷର ଆଇନ ଛାତ୍ର ଚୌରାସିଆ। ମାର୍ଚ୍ଚ ୧୨ତାରିଖ ବିଳମ୍ବିତ ରାତିରେ କରେଲିବାଗ ଅଞ୍ଚଳରେ ଚୌରାସିଆ ତାଙ୍କ ବନ୍ଧୁଙ୍କ ଭୋକ୍ସୱାଗନ୍ ଭର୍ଚ୍ୟୁଜ୍ ସେଡାନ୍ ନେଇ ଯାଉଥିବା ବେଳେ ତିନୋଟି ଗାଡ଼ିକୁ ଧକ୍କା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ କିଛି ସ୍ଥାନୀୟ ଲୋକ ତାଙ୍କୁ ମାଡ଼ ମାରି ପୁଲିସ ହାତରେ ଦେଇଥିଲେ। ଏହାର ଅନେକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଅଭିଯୁକ୍ତ କାର୍‌ରୁ ବାହାରି ଜୋରରେ ପାଟି କରୁଥିବା ଦେଖାଯାଇଥିଲା। ଦୁର୍ଘଟଣା ପାଇଁ ସେ ଅନୁତପ୍ତ ନୁହେଁ ବୋଲି ତାଙ୍କ ମୁହଁରୁ ସ୍ପଷ୍ଟ ଜଣାପଡ଼ିଥିଲା। ତାଙ୍କ ବ୍ୟବହାର ଦେଖି ସେ ନିଶାରେ ଥିବା ଜଣାପଡ଼ୁଥିଲା। ଏବେ ନିଶାର କାରଣ ଜଣାପଡ଼ିଛି। ମଦ ନୁହେଁ ବରଂ ସେ ମରିଜୁଆନା ଟାଣି ଥିଲେ ବୋଲି ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe