ନୂଆଦିଲ୍ଲୀ: ଚର୍ଚ୍ଚାକୁ ଆସିବା ପାଇଁ ସୋସିଆଲ ମିଡିଆ ଏକ ମାଧ୍ୟମ ପାଲଟିଛି। ତେବେ ନିଜର ଫଟୋ ଓ ଭିଡିଓ ଭାଇରାଲ କରିବା ପାଇଁ ଲୋକେ ଆଶ୍ଚର୍ଯ୍ୟଜନକ କାମ କରୁଥିବା ବେଳେ ନିଜ ଜୀବନକୁ ବିପଦରେ ପକାଇବାକୁ ବି ପଛାଉ ନାହାନ୍ତି। ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି।
କାର ଷ୍ଟିଅରିଂ ଛାଡ଼ି ଜଣେ ଯୁବକ ପାଖ ସିଟରେ ବସିଥିବା ଜଣେ ମହିଳାଙ୍କ ସହିତ ମସ୍ତିମଜା କରୁଥିବା ନିକଟରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି। ବ୍ୟକ୍ତିଜଣକଙ୍କ ପାଖ ସିଟରେ ବସିଥିବା ମହିଳା ତାଙ୍କ ସ୍ତ୍ରୀ ହୋଇଥାଇ ପାରନ୍ତି ବୋଲି କୁହାଯାଉଛି।
ତେବେ ବ୍ୟକ୍ତି ଜଣକ କାର ଭିତରେ ଷ୍ଟାଇଲ ମାରି ଷ୍ଟିଅରିଂ ଛାଡ଼ି ରିଲ୍ସ କରି ନିଜ ଜୀବନକୁ ବିପଦରେ ପକାଇବା ସହିତ ଅନ୍ୟଙ୍କ ଜୀବନକୁ ବି ବିପଦରେ ପକାଉଛନ୍ତି ବୋଲି କୁହାଯାଉଛି।
ବ୍ୟକ୍ତିଙ୍କ ଏଭଳି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ବିଭିନ୍ନ ପ୍ରକାର ନକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି।
Follow Us