ଜୟମାଳା ପୂର୍ବରୁ ଫେରାର ହେଲା ବର, ବରଯାତ୍ରୀ ସହିତ ଆସିଥିବା ଯୁବକ କନ୍ୟାକୁ କଲେ ବିବାହ

Advertisment
ଜୟମାଳା ପୂର୍ବରୁ ଫେରାର ହେଲା ବର, ବରଯାତ୍ରୀ ସହିତ ଆସିଥିବା ଯୁବକ କନ୍ୟାକୁ କଲେ ବିବାହ

ନୂଆଦିଲ୍ଲୀ: ବିବାହରେ ବର ସହିତ ବରଯାତ୍ରୀ ଆସିବା ଏକ ସାଧାରଣ କଥା। କିନ୍ତୁ କାନପୁରରେ ଏହାର ଏକ ଓଲଟା ଘଟଣା ଦେଖିବାକୁ ମିଳିଛି। ଏଠାରେ ବରଯାତ୍ରୀ ସହିତ ଆସିଥିବା ଜଣେ ବ୍ୟକ୍ତି କନ୍ୟାକୁ ବିହାର କରିଥିଲେ। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା କାନପୁର ନରୱଲ ଅଞ୍ଚଳରେ ଘଟିଛି। ସେଠାରେ ଏହି ବିବାହ ଏବେ ଚର୍ଚ୍ଚାରେ ରହିଛି।

ମହାରାଜପୁର ନରୱଲରେ ଗତ ଶୁକ୍ରବାର ଏହି ବିବାହ ହେବାର ଥିଲା। ବରପକ୍ଷ ନିକଟସ୍ଥ ଗ୍ରାମର ଥିଲେ। ତେବେ ଠିକ ସମୟରେ ବିବାହରେ ଏକ ନୂଆମୋଡ ଦେଖିବାକୁ ମିଳିଥିଲା। ବିବାହ ପାଇଁ ବର ବରଯାତ୍ରୀ ସହିତ କନ୍ୟା ଘରେ ଆସି ପହଞ୍ଚିଥିଲେ। କିନ୍ତୁ ଜୟମାଳା ସମୟରେ ହଠାତ ବର ଘଟଣାସ୍ଥଳରୁ କେଉଁଆଡେ ଚାଲି ଯାଇଥିଲେ। କିଛିସମୟ ପାଇଁ ଲାଗିଥିଲା କି ବୋଧ ହୁଏ ବରଙ୍କୁ କେହି ଅପହରଣ କରି ନେଇ ଯାଇଛି। କିନ୍ତୁ ପରେ ଜଣାପଡ଼ିଲା ବର ନିଜ ଇଚ୍ଛାରେ ସେ ସ୍ଥାନ ଛାଡ଼ି ଯାଇଛନ୍ତି ବୋଲି।

ଏହାପରେ କନ୍ୟା ଘର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଥିଲା। ଖୁସିରେ ଭରି ଯାଇଥିବା ଘରେ ହଠାତ କାନ୍ଦବୋବାଳି ଆରମ୍ଭ ହୋଇଯାଇଥିଲା। ଏଭଳି ସମୟରେ କନ୍ୟାଘର ଲୋକଙ୍କ ଦୁଃଖ ଦେଖି ନପାରି ବରଯାତ୍ରୀ‌‌ ସହିତ ଆସିଥିବା ଜଣେ ଯୁବକ କନ୍ୟାଙ୍କୁ ବିବାହ କରିବାକୁ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବରେ କନ୍ୟାଘର ଲୋକ ରାଜି ହୋଇଯିବା ପରେ ଦୁହିଁଙ୍କ ବିବାହ ହୋଇଥିଲା। ଏହାପରେ ବର ନାମରେ ଥାନାରେ କନ୍ୟାଘର ଲୋକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe