ମହିଳାଙ୍କୁ ହତ୍ୟା କରିବା ପରେ ରକ୍ତାକ୍ତ ଶରୀର ସହ ଶାରୀରିକ ସଂପର୍କ ରଖୁଥିଲା ହତ୍ୟାକାରୀ, ଗିରଫ କଲା ପୁଲିସ

ମହିଳାଙ୍କୁ ହତ୍ୟା କରିବା ପରେ ରକ୍ତାକ୍ତ ଶରୀର ସହ ଶାରୀରିକ ସଂପର୍କ ରଖୁଥିଲା ହତ୍ୟାକାରୀ, ଗିରଫ କଲା ପୁଲିସ

indiatoday.in

ବର୍ଦବାନ(ପଶ୍ଚିମବଙ୍ଗ) : ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଏକ ହତ୍ୟାକାରୀର କାମ ଏବେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୁକ୍ତଜଣଙ୍କ ମହିଳାଙ୍କୁ ହତ୍ୟା କରିବା ପରେ ସେମାନଙ୍କ ରକ୍ତାକ୍ତ ଶରୀର ସହ ଶାରୀରିକ ସଂପର୍କ ରଖିବା ଖବର ସମସ୍ତଙ୍କୁ ସ୍ତବ୍ଧ କରିଛି । ତେବେ ବହୁ ଚେଷ୍ଟା ପରେ ଅଭିଯୁକ୍ତକୁ ଗିରଫ କରାଯାଇ ୧୨ଦିନ ପାଇଁ ପୁଲିସ ହେପାଜତ ପଠାଇ ଦିଆଯାଇଛି । ଅଭିଯୁକ୍ତର ନାଁ କମରୁଜ୍ଜମାଁ ସରକାର ବୋଲି ଚିହ୍ନଟ କରାଯାଇଛି । ଅଭିଯୁକ୍ତଜଣଙ୍କ ଏ ପର୍ଯ୍ୟନ୍ତ ୫ଜଣ ମହିଳାଙ୍କୁ ହତ୍ୟା କରିଥିବା ବେଳେ ଅନ୍ୟ କିଛି ଜଣଙ୍କୁ ଆହତ କରିଥିବା ଜଣା ପଡ଼ିଛି ।

publive-image Hindustan Times

ପୁଲିସ ଦେଇଥିବା ସୂଚନା ମୁତାବକ, କମରୁଜ୍ଜମାଁ ଅପରାହ୍ନ ସମୟରେ ବିଭିନ୍ନ ଘରକୁ ଇଲେକ୍ଟ୍ରି ମିଟର ଦେଖିବା ବାହାନାରେ ଯାଇ ଘରେ ଥିବା ମହିଳାଙ୍କ ବେକକୁ ସାଇକେଲ ଚେନରେ ଚିପି ହତ୍ୟା କରିବା ସହ ଲୁହା ରଡ଼ରେ ମୁଣ୍ଡକୁ ପିଟୁଥିଲେ । ମରିଯିବା ପରେ ରକ୍ତାକ୍ତ ଶରୀର ସହ ଶାରୀରିକ ସଂପର୍କ ରଖି ସେଠାରୁ ଫେରାର ହୋଇ ଯାଉଥିଲେ ଅଭିଯୁକ୍ତ । ତେବେ କିଛି ମହିଳା କମରୁଜ୍ଜମାଁ କବଳରୁ ଖସିବାରେ ସଫଳ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କୁ ହତ୍ୟା କରିବା ପଛର କାରଣ କ’ଣ ଥିଲା ତାହା ଜାଣିବା ପାଇଁ ପୁଲିସ କମରୁଜ୍ଜମାଁକୁ ହେପାଜତକୁ ନେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe