ଭିନ୍ନ ମୋଡ଼ ନେଲା ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ଘଟଣା: ଦୁଷ୍କର୍ମ ହୋଇନଥିବା ସ୍ପଷ୍ଟ କଲେ ଡ଼ାକ୍ତର, ପୋଖରୀରୁ ମିଳିଲା ଅଭିଯୁକ୍ତର ମୃତଦେହ

Advertisment
ଭିନ୍ନ ମୋଡ଼ ନେଲା ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ଘଟଣା: ଦୁଷ୍କର୍ମ ହୋଇନଥିବା ସ୍ପଷ୍ଟ କଲେ ଡ଼ାକ୍ତର, ପୋଖରୀରୁ ମିଳିଲା ଅଭିଯୁକ୍ତର ମୃତଦେହ

The Logical Indian

କୋଲାକାତା: ପଶ୍ଚିମବଙ୍ଗର ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଖବର ମିଳିଥିଲା। ଅଭିଯୁକ୍ତମାନେ ଦୁଷ୍କର୍ମ କରିବା ପରେ ପୀଡ଼ିତାକୁ ବିଷ ଦେଇ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିଲା। ଘଟଣାଟି ଦିନାଜପୁର ଜିଲ୍ଲାର ସୋନାରପୁର ଅଞ୍ଚଳରେ ଘଟିଥିବା ବେଳେ ଏବେ ଘଟଣାରେ ଭିନ୍ନ ମୋଡ଼ ଆସିଛି। ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ସହ ଦୁଷ୍କର୍ମ ହୋଇନଥିବା ନେଇ ସ୍ପଷ୍ଟ କରିଛନ୍ତି ଡ଼ାକ୍ତର। ସବୁଠାରୁ ବଡ଼ କଥା ହେଲା ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଆରୋପ ଲଗାଯାଇଥିବା ଅଭିଯୁକ୍ତ ଫିରୋଜର ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ମୃତଦେହକୁ ଫିରୋଜର ବୋଲି କହୁଥିବା ବେଳେ ସ୍ପଷ୍ଟ ହେବା ପାଇଁ ପୀଡ଼ିତାଙ୍କ ପରିବାରକୁ ଡ଼କାଯାଇଛି। ତେବେ ଦୁଷ୍କର୍ମ ହୋଇନଥିବା ସ୍ପଷ୍ଟ ହେବା ଏବଂ ସନ୍ଦେହ କରାଯାଉଥିବା ଅଭିଯୁକ୍ତର ମୃତଦେହ ମିଳିବା ଘଟଣା ଏବେ ଏହି ମାମଲାରେ ଭିନ୍ନ ମୋଡ଼ ଆଣିଛି।

Maharashtra: Committee to analyse each death | Cities News,The ... The Indian Express

ସୂଚନା ମୁତାବକ, ପୀଡ଼ିତାଙ୍କ ଭଉଣୀ ଅଭିଯୋଗ କରିଥିଲେ ଯେ, ଘଟଣାଦିନ ୫ଜଣ ମୁସଲିମ ଯୁବକ ମୋ ଭଉଣୀକୁ ଖୋଜୁଥିଲେ। ଏହାର କିଛି ସମୟରେ ତାର ପତ୍ତା ମିଳିନଥିଲା। ରାତି ସାରା ଆମେ ତାକୁ ଖୋଜିବା ପରେ ସକାଳେ ଆମକୁ ବାଉଁଶ ଗଛ ତଳୁ ତାର ମୃତଦେହ ମିଳିଥିଲା। ତାକୁ ଦୁଷ୍କର୍ମ କରାଯାଇ ବିଷ ଦେଇ ହତ୍ୟା କରାଯାଇଛି। ‌କିନ୍ତୁ ଏବେ ଅଭିଯୁକ୍ତର ମୃତଦେହ ମିଳିବା ପରେ ଘଟଣାଟି ଭିନ୍ନ ମୋଡ଼ ନେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe