ଇଏ କି ସମ୍ପର୍କ? ସ୍ୱାମୀର ନୃଶଂସକାଣ୍ଡ

Advertisment

 ପତ୍ନୀ, ଝିଅକୁ ହତ୍ୟା କରି ପୋଡ଼ିଦେଲା

 ପତ୍ନୀ, ଝିଅକୁ ହତ୍ୟା କରି ପୋଡ଼ିଦେଲା

ଇଏ କି ସମ୍ପର୍କ? ସ୍ୱାମୀର ନୃଶଂସକାଣ୍ଡ

ସିମୁଳିଆ: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ମାର୍କୋଣା ବଜାର ସାହିରେ ଜଣେ ଲୋକର ନୃଶଂସକାଣ୍ଡ ସମସ୍ତଙ୍କୁ ହତବାକ୍‌ କରିଦେଇଛି। ନିଜ ପତ୍ନୀ ଓ ୭ ମାସର ଝିଅକୁ ଏହି ବ୍ୟକ୍ତି ଜଣକ ହତ୍ୟା କରିବା ପରେ ନିଆଁ ଲଗାଇ ପୋଡ଼ିଦେଇଛି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ନାରାୟଣ ରାଉଳ (୩୦)।  ୫ ବର୍ଷ ତଳେ ଖଇରା ବ୍ଲକ୍‌ ବାରାପୁର ପଞ୍ଚାୟତ ଅସ୍ତିପୁର ଗ୍ରାମର ସଂଜିତା ରାଉଳଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ଜନ୍ମ ହୋଇଥିଲେ। ତେବେ ନାରାୟଣ ରାଜସ୍ଥାନରେ ରହି କାମ କରୁଥିବା ବେଳେ ବିଭିନ୍ନ ସମୟରେ ଯୌତୁକକୁ ନେଇ ତାଙ୍କର ପତ୍ନୀଙ୍କ ସହ ଝଗଡ଼ା ହେଉଥିଲା। ଏମିତି କି ସେ ନିଜ ପତ୍ନୀଙ୍କୁ ମାଡ଼ ମଧ୍ୟ ମାରୁଥିଲେ। ୭ ଦିନ ତଳେ ନାରାୟଣ ଘରକୁ ଆସିଥିଲେ। ତେବେ ଆଜି ମଧ୍ୟାହ୍ନରେ ନାରାୟଣ ହଠାତ୍‌ ଘର ଭିତରୁ ଧୂଆଁ ବାହାରୁଥିବା ନେଇ ପାଟି କରିବା ସହ ପଡ଼ୋଶୀଙ୍କୁ ଡାକିଥିଲେ। ଫଳରେ କିଛି ଯୁବକ ଆସି ପହଂଚିବା ପରେ ଘରର କବାଟ ଖୋଲାଯାଇଥିଲା। ସେତେବେଳକୁ ସଂଜିତା ଓ ତାଙ୍କର ୭ ମାସର ଝିଅ ଗାୟତ୍ରୀର ଦରପୋଡ଼ା ଶବ ଚଟାଣରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ, ସେ ଏହି କାଣ୍ଡ ରଟିଥିବା ପୁଲିସ୍‌ କହିଛି। ପୁଲିସ ୧୮୯/୧୮ରେ ହତ୍ୟା ଓ ଯୌତୁକ ନିର୍ଯାତନା ମାମଲା ରୁଜୁ କରି ନାରାୟଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe