ଶୁଣାଣି ବେଳେ ଅଭିଯୁକ୍ତକୁ ଫୁଲ ଦେଲେ ଦୁଷ୍କର୍ମ ଆରୋପ ଲଗାଇଥିବା ପୀଡ଼ିତା

Advertisment
ss

ନୂଆଦିଲ୍ଲୀ: ଗୁରୁବାର ସୁପ୍ରିମକୋର୍ଟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅପରାହ୍ନରେ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ସୁପ୍ରିମକୋର୍ଟରେ ପୀଡିତା ମହିଳା ଏବଂ ଅଭିଯୁକ୍ତ ପରସ୍ପରକୁ ଫୁଲ ଦେଇଥିଲେ। ଏହା ଦେଖି ଶୁଣାଣିରେ ଉପସ୍ଥିତ ଲୋକେ କରତାଳି ମାରିଥିଲେ। ସୁପ୍ରିମକୋର୍ଟ ଦୋଷୀଙ୍କ ଦଣ୍ଡକୁ ସ୍ଥଗିତ ରଖି ତାଙ୍କୁ ବିବାହ କରିବାକୁ ଅନୁମତି ଦେଇଥିଲେ। ଗୁରୁବାର ଅପରାହ୍ନରେ ବିଚାରପତି ବିବି ନାଗରତ୍ନା ଏବଂ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଶୁଣାଣି କରୁଥିବା ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୁଷ୍କର୍ମର ଅଭିଯୋଗ ଆଣିଥିବା ପୀଡ଼ିତା, ଅଭିଯୁକ୍ତକୁ କ୍ଷମା କରିବା ସହ ତାଙ୍କୁ ବିବ‌ାହ କରିବାକୁ ରାଜି ହୋଇଥିଲେ। ଏହା ପରେ ଦୁହେଁ ପରସ୍ପରକୁ ଫୁଲ ଦେଇଥିଲେ।

ଅନ୍ୟପକ୍ଷରେ ପୀଡ଼ିତା ବିବାହ କରିବାକୁ ରାଜି ହେବା ପରେ କୋର୍ଟ ଅଭିଯୁକ୍ତର ଦୋଷକୁ କ୍ଷମା କରିଛନ୍ତି। ଖଣ୍ଡପୀଠ ଦୋଷକୁ କ୍ଷମା କରି କହିଛନ୍ତି ଯେ, ସେମାନେ ପରସ୍ପରକୁ ବିବାହ କରିବାକୁ ପ୍ରସ୍ତୁତ। ବିବାହର ସମୟ ସେମାନଙ୍କ ପିତାମାତାଙ୍କ ଦ୍ୱାରା ସ୍ଥିର କରାଯିବ। ଆମେ ଆଶା କରୁଛୁ ଯେ ବିବାହ ଯଥାଶୀଘ୍ର ହେବ। ଏପରି ପରିସ୍ଥିତିରେ ଆମେ ଦିଆଯାଇଥିବା ଦଣ୍ଡ ସ୍ଥଗିତ ରଖୁଛୁ ଏବଂ ଦୋଷୀକୁ ମୁକ୍ତ କରୁଛୁ। 

ଉଲ୍ଲେଖଯୋଗ୍ୟ, ପୀଡ଼ିତା ଫେସବୁକ୍ ଜରିଆରେ ଅଭିଯୁକ୍ତକୁ ଭେଟିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଅଭିଯୁକ୍ତ ୨୦୧୬ରୁ ୨୦୨୧ ମଧ୍ୟରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଅଭିଯୋଗ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe