କନ୍ୟା ସନ୍ତାନକୁ ଜନ୍ମ ଦେବାରୁ ୨ ଶିଶୁ ଓ ସ୍ତ୍ରୀକୁ କୂଳକୁ ଠେଲି ଦେଲେ ସ୍ବାମୀ

Advertisment
କନ୍ୟା ସନ୍ତାନକୁ ଜନ୍ମ ଦେବାରୁ ୨ ଶିଶୁ ଓ ସ୍ତ୍ରୀକୁ କୂଳକୁ ଠେଲି ଦେଲେ ସ୍ବାମୀ

ଭୋପାଳ: ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି। ଜଣେ ମହିଳା କନ୍ୟା ସନ୍ତାନକୁ ଜନ୍ମ ଦେବାରୁ ତାଙ୍କ ସ୍ବାମୀ ତାଙ୍କୁ କୂଅକୁ ଠେଲି ଦେଇଛନ୍ତି।

ଚାନ୍ଦ ପୁଲିସ ଷ୍ଟେସନର ତଦନ୍ତକାରୀ ଅଧିକାରୀ ରାଜେନ୍ଦ୍ର ସିଂଙ୍କ କହିବାନୁସାରେ, ମହିଳା ଜଣକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ନପାରିବାରୁ  ସ୍ବାମୀ ରାଜା ଭୟା ଯାଦବ ତାଙ୍କୁ ନିସ୍ତୁକମାଡ଼ ମାରିଥିଲା। ସ୍ବାମୀ ନିର୍ଯାତନା ସହି ନପାରି ସ୍ତ୍ରୀ ନିଜ ଦୁଇ କନ୍ୟା ସନ୍ତାନକୁ ନେଇ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ।

କିଛିଦିନ ପରେ ସ୍ବାମୀ ରାଜା ଭାୟା ସ୍ତ୍ରୀକୁ ବୁଝାସୁଝା କରି ବାପଘରୁ ନେଇ ଆସିଥିଲା। ଏହାପରେ ଘରେ ସ୍ତ୍ରୀକୁ ପୁଣି ବାଡେଇବା ଆରମ୍ଭ କରି ଦେଇଥିଲା ରାଜା ଭୟା। ଏତିକିରେ ତାର ମନ ବୁଝି ନଥିଲା, ସେ ସ୍ତ୍ରୀ ସହିତ ଦୁଇ ପିଲାଙ୍କୁ ବି କୂଅକୁ ଠେଲି ଦେଇଥିଲା। ଏଭଳି ଘଟଣା ଘଟାଇବା ପରେ ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe